ନେୟୀ ଶୋଚ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ସଭା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ରାଜେନ୍ଦ୍ରପୁର ପଞ୍ଚାୟତ ସାରୋ ଗ୍ରାମର ବରିଷ୍ଠ ଆଇନଜୀବୀ ଡ. ଅଶୋକ ମହାପାତ୍ରଙ୍କ ପରଲୋକରେ ନେୟୀଶୋଚ ପକ୍ଷରୁ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ଜ୍ୟୋତିରଞ୍ଜନ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସ୍ମୃତି ଚାରଣ ସଭାରେ ସତ୍ୟପ୍ରକାଶ ପାତ୍ର, ବିଶ୍ୱରଞ୍ଜନ ସାହୁ, ଶଶିକାନ୍ତ ପାତ୍ର, ସୁବ୍ରତ ସେନାପତି, ମଦନମୋହନ ସେନାପତି, ବିଜୟ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ମହାପାତ୍ରଙ୍କ ଆତ୍ମାର ସଦସଗତି ପାଇଁ ନୀରବ ପ୍ରାର୍ଥନା କରିଥିଲେ । ଏହା ସହିତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଓ ଗ୍ରାମବାସୀ ମାନେ ସ୍ୱର୍ଗତ ମହାପାତ୍ରଙ୍କ ପାଇଁ ସ୍ମୃତିଚାରଣ କରିଥିଲେ ।