ମଞ୍ଜୁରୀରୋଡ ଠାରୁ ବାଲି ଟ୍ରାକ୍ଟର ଜବତ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ତହସିଲ ଅଞ୍ଚଳରେ ଦିନକୁ ଦିନ ଚୋରା ବାଲି ଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ବୈତରଣୀ ନଦୀର ବନ୍ଦାଳୋ-ମଢିଆଳୀ ଠାରୁ ମୁଢାପଦା ଯାଏଁ ଦୈନନ୍ଦିନ ଶହଶହ ଟ୍ରିପ ବାଲି ଚାଲାଣ ହେଉଛି । ଏଭଳି ବାଲି ଚାଲାଣ ବର୍ଷବର୍ଷଧରି ହୋଇଆସୁଥିଲେ ସୁଦ୍ଧା ପ୍ରଶାସନ ଏହାକୁ ରୋକିବାରେ ବିଫଳ ହୋଇଛି । କେବଳ ଔପଚାରିକ ଦୃଷ୍ଟିରୁ ବେଳେ ବେଳେ ଗୋଟେ ଅଧେ ଗାଡି ଧରି ନିଜର କର୍ତ୍ତବ୍ୟ ସମ୍ପାଦନ କରିଦେଉଛନ୍ତି । ଗତ କିଛିଦିନ ପୂର୍ବରୁ ମୁଢାପଦା ଠାରୁ ଦୁଇଗୋଟି ବାଲି ଟ୍ରାକ୍ଟର ଜବତ ହୋଇଥିବାବେଳେ ଥାନା ପକ୍ଷରୁ ମଧ୍ୟ ମଣିନାଥପୁର ଠାରୁ ଗୋଟିଏ ବାଲି ଗାଡି ଜବତ ହୋଇଥିଲା । ଅନୁରୂପ ଭାବେ ଆଜି ମଞ୍ଜୁରୀରୋଡ ବଜାର ନିକଟରୁ ଏକ ବାଲି ଟ୍ରାକ୍ଟରକୁ ପୁଲିସ ଜବତ କରିଛି । ଭାରପ୍ରାପ୍ତ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଏକ ନମ୍ବର ବିହୀନ ବାଲି ଟ୍ରାକ୍ଟର ଜବତ କରାଯାଇଥିବାବେଳେ ଏହାର ଚାଳକ ଦେଓପଦାର ରଞ୍ଜନ ଜେନାଙ୍କୁ ମଧ୍ୟ ଗିରଫ କରାଯାଇଛି । ଏନେଇ ଥାନା ପକ୍ଷରୁ ୨୨୨/୨୦ରେ ଏକ ମାମଲା ରୁଜୁ ହୋଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ