ନ୍ୟାୟ ପାଇଁ ଟାଉନଥାନାର ଦ୍ୱାରସ୍ଥ ହେଲେ ଆଦିବାସୀ

ରାଇରଂଗପୁର,(ଯୁଗାବ୍ଦ ନ୍ୟୁଜ୍‌): ମୟୁରଭଂଜ ଜିଲ୍ଳା ନିରିହ ଆଦିବାସୀ ମାନଙ୍କ ଠାରୁ ଦଲାଲ ଓ ବ୍ୟାଙ୍କର ଦୁଇ କର୍ମଚାରୀ  କୃଷି ଋଣ ଠକେଇ କରିଥିବା ଅଭିଯୋଗ କରିବା ସହ  ଗୁରୁବାର ୫୦ ରୁ ଉର୍ଦ୍ଧ୍ୱ ମହିଳା ଠକାମୀର ଶୀକାର ହୋଇଥିବା ନେଇ ୫୦ ରୁ ଉର୍ଦ୍ଧ୍ୱ ପୁରୁଷ ଓ ମହିଳା ରାଇରଂଗପୁର ଟାଉନଥାନାର ଦ୍ୱାରସ୍ଥ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ୨୦୧୬/୧୭ ମସିହାରେ କୃଷି ଋଣ ଛାଡ ହେବ କହି ଗୋରୁମହିଷାଣୀ ଥାନା ଅନ୍ତର୍ଗତ ସୁଣ୍ଢଳ ଗ୍ରାମର ୫୦ ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଯୋଡାମହୁଲ ଗ୍ରାମର  ଗୋପିନାଥ ମାହାଲି ଏବଂ ରାମ ରଂଜନ ମାହାଲି । ଦଲାଲମାନେ  ବ୍ୟାଙ୍କଅଫଇଣ୍ଡିଆ,ଈଚିଣ୍ଡା,ରାଇରଙ୍ଗପୁରର ଦୁଇଜଣ କର୍ମଚାରଙ୍କୁ ହାତ କରି  ଋଣ କରାଇଥିଲେ । କିନ୍ତୁ  ଋଣ ପାଇଥିବା ଲୋକମାନଙ୍କ ପାଖରୁ ୧/୩ଅଂଶ ଟଙ୍କା ଦଲାଲ  ଏବଂ ବ୍ୟାଙ୍କ କର୍ମଚାରୀ ଆତ୍ମସାତ କରିଛନ୍ତି। ଏହାକୁ ନେଇ ଠକାମିରେ ଶିକାର ହୋଇଛନ୍ତି ନିରିହ ଆଦିବାସୀ।  ଋଣ ମଂଜୁର ଅର୍ଥ ଏବଂ ସୁଧ ଆଦାୟ କରାଯାଉଛି । ଯେଉଁ ଏଗ୍ରିମେଣ୍ଟ ହୋଇଥିଲା ତା‌ହା ଖିଲାପ କରାଯାଇଛି ।ତେଣୁ ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଦିବାସୀ ଭାଇଭଉଣୀ ଥାନାରେ ଏତଲା ଦେଇଥିଲେ । ଏହାକୁ ନେଇ  ମାମଲା ରୁଜୁ କରାଯାଇଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ