ନ୍ୟାୟ ପାଇଁ ଦୁଇ ସନ୍ତାନକୁ ଧରି ଥାନାର ଦ୍ବାରସ୍ଥ ହେଲେ ପ୍ରଥମ ସ୍ତ୍ରୀ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ନ୍ୟାୟ ପାଇବା ପାଇଁ ଦୁଇ ସନ୍ତାନକୁ ଧରି ଥାନାର ଦ୍ବାରସ୍ଥ ହେଲେ ୯ ମାସର ଗର୍ଭବତୀ। ଏଭଳି ଏକ ଘଟଣା କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନାରେ ଦେଖିବାକୁ ମିଳିଛି। ଥାନାରେ ଦ୍ୱାରସ୍ଥ ଦେଇଥିବା ଗର୍ଭବତୀ ମହିଳା ଜଣକ ସାଲକୀ ବୁଡାଗୁଡା ଗ୍ରାମର ପ୍ରିୟଙ୍କା ଉଠାଣ ସିଂ ବୋଲି ଜଣାପଡିଛି। ସ୍ୱାମୀ ଉତ୍ତମ ଉଠାଣ ସିଂ ତାଙ୍କୁ ଯୌତୁକ ନିର୍ଯାତନା ଦେବା ସହ ଅନ୍ୟ ଏକ ମହିଳାଙ୍କ ପ୍ରରୋଚନାରେ ମାରଧର କରୁଥିବା ନେଇ ଗତ ମାସରେ କୋଟଗଡ ପୋଷ୍ଟ ଅଫିସ ଜରିଆରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ କରିବା ପରେ ବାରମ୍ବାର ଥାନାକୁ ଆସି ପୋଲିସକୁ କହିବା ପରେ ମଧ୍ୟ ତାଙ୍କୁ ନ୍ୟାୟ ମିଳିନଥିଲା। ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ନେଇ ଥାନା ଆଗରେ ଧାରଣା ଦେଇଛନ୍ତି। ସ୍ୱାମୀ ଉତ୍ତମ ଉଠାଣ ସିଂ ଜଣେ ଗ୍ରାମ ରୋଜଗାର ସେବକ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ଏବେ ବି ଧମକ ଦେବା ସହ ଜୀବନରୁ ମାରି ଦେବାକୁ ଉଦ୍ୟମ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଏହା ସହ ପୋଲିସ ପାଖରୁ ମୋତେ ନ୍ୟାୟ ମିଳୁନଥିବା ପ୍ରକାଶ କରିଛନ୍ତି। ଏହି କଥାକୁ କିନ୍ତୁ ଥାନା ଅଧିକାରୀ ଓମ ନାରାୟଣ ପାତ୍ର ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀ ତାଙ୍କୁ ନ୍ୟାୟ ଦିଅନ୍ତୁ ବୋଲି ନିବେଦନ କରିଛନ୍ତି। ଗର୍ଭବତୀ ମହିଳାଙ୍କ ବାରମ୍ବାର ଥାନାର ଦ୍ୱାରସ୍ଥ ପରେ କେଶ ନ ୬୫/୨୩, ଦଫା ୪୯୮(ଏ) ,୩୪୧,୩୨୩,୨୯୪, ୫୦୬, ଆଇପିସି ୪ ଡିପି ଆକ୍ଟରେ ପଞ୍ଜିକରଣ ହୋଇଥିବା ତଦନ୍ତ ଅଧିକାରୀ ଲଳିତ ମୋହନ ସାଗର କହିଛନ୍ତି। ଅନ୍ୟପଟେ ଅଭିଯୋଗ ଆଣିଥିବା ମହିଳାଙ୍କର ଅଭିଯୋଗ ଗ୍ରହଣ କରାଯିବା ସହ ତଦନ୍ତ କରାଯିବ ବୋଲି ବାଲିଗୁଡା ଏସଡିପିଓ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ