ନ୍ୟୁଜଲ୍ୟାଣ୍ଡ ନା ଭାରତ, କିଏ ମାରିବ ବାଜି
ୱେଲିଂଟନ୍: ଆଜି ଠାରୁ ଆରମ୍ଭ ହୋଇଯାଇଛି ଟି୨୦ ସିରିଜ୍ | ତେବେ ପ୍ରଥମେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବାରେ ଆଜି ପ୍ରଥମ ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ପାଇଁ ନିଷ୍ପତ୍ତି ନେଇଛି ଟିମ୍ ଭାରତ । ଏହି ସିରିଜ୍ରେ ନିୟମିତ ଅଧିନାୟକ ବିରାଟ କୋହଲି ବିଶ୍ରାମ ନେଇଥିବାରୁ ଏହି ମ୍ୟାଚ୍ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଖେଳାଯାଉଥିବାର ସୂଚନା ମିଳିଛି । ସୂଚନାନୁଯାୟୀ, ନ୍ୟୁଜିଲ୍ୟାଣ୍ଡରେ ଆଜି ପର୍ଯ୍ୟନ୍ତ କେବେ ମଧ୍ୟ ଟି୨୦ ମ୍ୟାଚ୍ ଜତିନାହିଁ ଭାରତ । ୨୦୦୯ ମସିହାରେ ଟି୨୦ ସିରିଜ୍ ଖେଳାଯାଇଥିଲେ ମଧ୍ୟ ଏହାକୁ ୨-୦ରେ ପୋଛି ନେଇଥିଲା ନ୍ୟୁଜିଲ୍ୟାଣ୍ଡ । ତେଣୁ ଆଜିର ମ୍ୟାଚ୍ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ । ଟସ୍ ଜିତି ମଧ୍ୟ ବ୍ୟାଟିଂ ନିଷ୍ପତ୍ତି ନନେବା ପଛର କାରଣ ବାବଦରେ ରୋହିତ କହିଛନ୍ତି, “ଆମେ ବୋଲିଂ ପାଇଁ ପ୍ରଥମେ ନିଷ୍ପତ୍ତି ନେଲୁ, କାରଣ ଚେଜିଂରେ ଆମର ଭଲ ରେକର୍ଡ ରହିଛି । ଆମେ ଦ୍ୱିତୀୟ ଇନିଂସ୍ରେ କିଭଳି ବ୍ୟାଟିଂ କରିପାରୁଛୁ ଜାଣିବାପାଇଁ, ଏହା ଆହୁରି ମଧ୍ୟ ଏକ ସୁଯୋଗ ଦେଇଛି । ପଞ୍ଚମ ଦିନିକିଆରେ ପିଚ୍ ସାମାନ୍ୟ ଓଦା ଥିଲା, ସେଥିପାଇଁ ଆମେ ଦ୍ୱିତୀୟ ଇନିଂସ୍ରେ ବ୍ୟାଟିଂ କରିବାକୁ ଚାହୁଁଥିଲୁ । ତେବେ ବାକି ରହିଲା ଏଥର କିଏ ବାଜି ମାରୁଛି |