ନୟାଗଡ଼ର କୁନୀଝିଅ ପରୀ ହତ୍ଯା ପ୍ରତିବାଦରେ ପଦଯାତ୍ରା, ଭାରତୀୟ ଜନତା ପାର୍ଟି ତରଫରୁ ସୂଚନା
ଜଗତସିଂହପୁର,(ଅନସୂୟା ରାଉତ):ଆସନ୍ତା ୧୯ତାରିଖରେ ଜଗତସିଂହପୁର ସଦର ମହକୁମା ଠାରେ ନୟାଗଡର କୁନିଝିଅ ମୃତା ପରିକୁ ନ୍ଯାୟ ଦେବା ନିମନ୍ତେ ଜିଲ୍ଲା ବିଜେପି ପକ୍ଷରୁ ଏକ ପଦଯାତ୍ରା ହେବ ବୋଲି ଜଗତସିଂହପୁର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସତ୍ୟବ୍ରତ ମହାପାତ୍ର (ଗୁଣ୍ଡା ବାବୁ) ସୂଚନା ଦେଇଛନ୍ତି। ରାଜ୍ୟରେ କୁନି କୁନି ଝିଅ ମାନଙ୍କୁ ଅପହରଣ ପରେ ମାରି ଦେବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି। ନିଜ ନିଜ ପିଲାଙ୍କୁ ହରାଇ ବାପା ମା ନ୍ଯାୟ ପାଇଁ ବାର ଦୁଆର ବୁଲୁଛନ୍ତି। ରାଜ୍ୟ ପୋଲିସ ପ୍ରଶାସନ ତରଫରୁ ଶତପ୍ରତିଶତ ନ୍ଯାୟ ମିଳୁନାହିଁ ବୋଲି ଶ୍ରୀଯୁକ୍ତ ମହାପାତ୍ର ଅତ୍ୟନ୍ତ ଦୁଃଖର ସହିତ ପ୍ରକାଶ କରିଛନ୍ତି। ପରିକୁ ନ୍ଯାୟ ମିଳୁ ନଥିବାରୁ ଜଗତସିଂହପୁର ଜିଲ୍ଲାର ବିଜେପି ପକ୍ଷରୁ ପଦଯାତ୍ରା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ରାଜ୍ୟର ଶାସନ ବ୍ୟବସ୍ଥା ବିଷୟରେ ଜଗତସିଂହପୁର ଜିଲ୍ଲା ବାସୀଙ୍କୁ ଅବଗତ କରାଯିବ। ଏହି ପଦ ଯାତ୍ରା କଲେଜ ଛକରୁ ଆରମ୍ଭ ହୋଇ ଟାଉନ୍ ହଲ୍ ପର୍ଯ୍ୟନ୍ତ ଯିବ। ପରେ ହାଟ ବଜାରରେ ପହଞ୍ଚିବ ବୋଲି ସୂଚନା ମିଳିଛି।