ପ।ରାଦୀପରେ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ ପକ୍ଷରୁ ଜାତୀୟ ଖାଉଟି ଦିବସ ପାଳିତ

ପାରାଦୀପ, (ପୀତବାସ ପ୍ରଧାନ):ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ ଜଗତସିଂହପୁର ଜିଲ୍ଲା ପକ୍ଷରୁ ଜାତୀୟ ଖାଉଟି ଦିବସ ପାରାଦୀପର ବିଜୁ ମେମୋରିଆଲ ଟ୍ରଷ୍ଟ ପରିସରରେ ଗୁରୁବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ସୁନାକର ବେହେରାଙ୍କ ପøରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଓ ଜିଲ୍ଲାର ବହୁ କାର୍ଯ୍ୟକର୍ତ୍ତା, ସଦସ୍ୟ ଓ ଖାଉଟି ମାନେ ଯୋଗଦେଇ ଖାଉଟି ସୁରକ୍ଷା ଉପରେ ନିଜର ବକ୍ତବ୍ୟ ଓ ମତାମତ ଉପସ୍ଥାପିତ କରିଥିଲେ । ଜଗତସିଂହପୁର ଜିଲ୍ଲାରେ ରେ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ ସଂଗଠନକୁ ସୁଦୃଢ କରି ଖାଉଟି ମାନଙ୍କୁ ସେବା ଯୋଗାଇ ଦେବା ସମସ୍ତ ବକ୍ତାମାନେ ମତାମତ ରଖିଥିଲେ । ସଂଗଠନର ରାଜ୍ୟ ଯୁଗ୍ମ ସଂପାଦକ ତଥା ପୂର୍ବତ୍ତନ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ ଆଗାମୀ ଦିନରେ ସଂଗଠନର ସୁଦୃଢତା ଉପରେ ଗୁରୁତ୍ୱାରୋପ କରି ସମସ୍ତେ ଏଥିରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପସଭାପତି ଆଇନ୍‌ଜିବୀ ସୁରେଶ ଦାସ, ଉପଭୋକ୍ତା ସୁରକ୍ଷା ଅଭିଯାନ ରାଜ୍ୟ ସଂପାଦକ ଡ. ଅରୁଣ କୁମାର ପାଣି, ଜଗତସିଂହପୁର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶଶାଙ୍କ ଶେଖର ଆଚାର୍ଯ୍ୟ ଓ ଭ୍ରମରବର ମହାପାତ୍ର, ଉପସଭାପତି ବିଚିତ୍ରାନନ୍ଦ ବିଶ୍ୱାଳ, ପାରାଦୀପ ଶାଖା ସଭାପତି ଦେବବ୍ରତ ସାହୁ, ରାଜ୍ୟ ସଂପାଦକ ଗୋବିନ୍ଦ ଚନ୍ଦ୍ର ଓଝା, ସଦସ୍ୟ ନିରଂଜନ ବାରିକ, ବିପିନ୍ ମହାପାତ୍ର, ଭଗବାନ ବିଶ୍ୱାଳ, ସ୍ତମ୍ବକାର ଅକ୍ଷୟ ରାଉତ, ପାରାଦୀପ ସଂଗଠନ ସଂପାଦକ ମନୋଜ କୁମାର ବେହେରା, କୁଜଙ୍ଗ ସଂପାଦକ ମନୋଜ ପାତ୍ର, ଏରସମା ସଭାପତି ସୁଶାନ୍ତ ସ୍ୱାଇଁ, ତିର୍ତ୍ତୋଲ ସଭାପତି ଦେବବ୍ରତ ମହାନ୍ତି, ତିର୍ତ୍ତୋଲ ସଂପାଦକ ଯଶୋବନ୍ତ ରାଉତ, ସାରଦା ମଲ୍ଲ, ବାବୁରାମ ଚୌଧୁରୀ, ସୁବାଶ ଚନ୍ଦ୍ର ବାରିକ, ଜାମିନୀକାନ୍ତ ନନ୍ଦ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ