ପଂଚାୟତ ଅଫିସ ଗୃହ ମରାମତିରେ ବାଧା ଅଭିଯୋଗ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପଳସିଂହା ପଂଚାୟତ କାର୍ଯ୍ୟାଳୟ ଗୃହର କଂକ୍ରିଟ ଛାତଟି ଗତ ଫନି ବାତ୍ୟାରେ ଫାଟି ଯାଇଥିବାରୁ ସରକାରୀ ଅନୁଦାନରେ ସଂପୃକ୍ତ ଯନ୍ତ୍ରୀ ଓ ବିଡିଓଙ୍କ ନିର୍ଦେଶରେ ତାର ଛାତ ପକାଯିବା ନିମନ୍ତେ ବ୍ୟବସ୍ଥା କରାଯାଉଛି ବୋଲି ସଂପୃକ୍ତ ପଂଚାୟତର ସରପଂଚ କାଦମ୍ବିନୀ ମହାପାତ୍ର ସୋମବାର ଅପରାହ୍ନରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଜଣାଇଛନ୍ତି । କିନ୍ତୁ ଶ୍ରୀକାନ୍ତ ଦାଶ ନାମକ ଜନୈକ ବ୍ୟକ୍ତି ଏହି କାର୍ଯ୍ୟ କରାଇନଦେବା ଉଦେଶ୍ୟରେ ବେଆଇନ ଭାବରେ ମିଥ୍ୟା ଅଭିଯୋଗ କରି ଏଥିରେ ବାଧା ଉପୁଜାଉଥିବା ସରପଂଚ ଶ୍ରୀମତୀ ମହାପାତ୍ର ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ଗତ ୧୯୮୩ ମସିହାରେ ଓଡିଶା ଉଚ୍ଚ ନ୍ୟାୟାଳୟର ଆଦେଶ କ୍ରମେ ସାନମାଣିତିଆ ପଂଚାୟତରୁ ଅଲଗା ହୋଇ ନୂତନ ଭାବରେ ପଳସିଂହା ପଂଚାୟତ ଗଠନ ହୋଇଥିଲା । ପ୍ରଥମେ କିଛିଦିନ ପଂଚାୟତ କାର୍ଯ୍ୟାଳୟ ବିଭିନ୍ନ ଅସ୍ଥାଇ ଗୃହରେ ଚାଲିବା ପରେ ତଦନାନ୍ତୀନ ସରପଂଚ,ସମ୍ପାଦକ ଓ ୱାର୍ଡ ସଭ୍ୟମାନଙ୍କ ଅନୁରୋଧ କ୍ରମେ ଗ୍ରାମର କୃଷ୍ଣ ଦାଶଙ୍କ ପୁଅ ବିପିନ ବିହାରୀ ଦାଶ,କୁଳମଣି ଓରଫ କିଶୋର ଚନ୍ଦ୍ର ଦାଶଙ୍କ ପୁଅ ବିଷ୍ଣୁ ଚରଣ ଦାଶ ମାଲିକ,ସତ୍ୱବାନ ଓ ଦଖଲକାର ଥାଇ ପଳସିଂହା ମୈାଜାର ଖାତା ନମ୍ବର ୧୬୫ର ପ୍ଲଟ ନମ୍ବର ୨୮୧୬ ଏ୦.୦୬ଡିସିମିଲ ଓ ପ୍ଲଟ ନମ୍ବର ୨୮୧୭ରେ ଏ୦.୧୨ଡିସିମିଲ ମୋଟ ୨ଟି ପ୍ଲଟର ଏ୦.୧୮ ଡିସିମିଲ ମଧ୍ୟରୁ ୨ଟି ପ୍ଲଟରୁ ୧୦ ଡିସିମିଲ ଜମିକୁ ପଳସିଂହା ପଂଚାୟତର ସରପଂଚଙ୍କ ନାମରେ ପଂଚାୟତର ଗୃହ ନିର୍ମାଣ ନିମନ୍ତେ ଗତ ତା ୭.୦୨.୧୯୮୭ମସିହାରେ ରେଜେଷ୍ଟ୍ରୀ ଦତପତ୍ର ସମ୍ପାଦନ କରିଥିଲେ । ହାଲରେ ସେହି ଜମି ଖାତା ନମ୍ବର ୬୩୧ ଓ ପ୍ଲଟ ନମ୍ବର ୧୨୨୮ ହୋଇଅଛି । ସେହି ପ୍ଲଟ ଉପରେ ବର୍ତ୍ତମାନ ଏକ ସଭା ଗୃହ, ଏକ ଅଫିସ ଗୃହ ସମେତ ସଂଲଗ୍ନ ବାରଣ୍ଡା ବିଦ୍ୟମାନ ଥାଇ ପଂଚାୟତ ଅଫିସ କାର୍ଯ୍ୟ ସମ୍ପାଦନ ହୋଇ ଆସୁଅଛି । ବିଭିନ୍ନ ସମୟରେ ପଂଚାୟତର ସରପଂଚମାନଙ୍କ ଦ୍ୱାରା ସେହି ଗୃହର ମରାମତି ହୋଇଅଛି । ସେହି ପଂଚାୟତକୁ ଭିନ୍ନ ଭିନ୍ନ ସମୟରେ ସରକାରୀ ଅଧିକାରୀମାନେ ପରିଦର୍ଶନ କରିବା ସହ ସଭାସମିତିମାନ ପରିଚାଳନା କରିଥିବା ବେଳେ ସେହି ସମ୍ପତି ପଂଚାୟତରାଜ ବିଭାଗ ଅଧିନ ପଳସିଂହା ପଂଚାୟତ ସରପଂଚଙ୍କ ଦଖଲରେ ଦୀର୍ଘ ୩୨ବର୍ଷରୁ ଉର୍ଦ୍ଧ୍ୱ ହେବ ରହିଆସିଛି । ଏଭଳି ପରିସ୍ଥିତିରେ ଅଭିଯୋଗକାରୀ ଶ୍ରୀକାନ୍ତ ଦାଶ ପୂର୍ବରୁ କେଭେବି କୈାଣସି ଅଭିଯୋଗ କରିନଥିବା ବେଳେ ଏବେ ଉଦେଶ୍ୟମୂଳକ ଭାବେ ମିଥ୍ୟା ଅଭିଯୋଗ କରି ପଂଚାୟତ ଅଫିସ ଗୃହ ମରାମତି କାର୍ଯ୍ୟରେ ବାଧା ଉପୁଜାଇବାକୁ ଚେଷ୍ଟା ଚଳାଇଛନ୍ତି । ଅଭିଯୋଗକାରୀ ଶ୍ରୀ ଦାଶଙ୍କ ଅଭିଯୋଗ ସଂପୂର୍ଣ୍ଣ ମନଗଢା,କପୋଳ କଳ୍ପିତ ଓ ହାସ୍ୟାସ୍ପଦ ବୋଲି ସରପଂଚ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏଣୁ ଏ ସମ୍ପର୍କରେ ତଦନ୍ତ କରାଯାଇ ରେକର୍ଡ ପତ୍ର ତନଖି ସହିତ ଜନସାଧାରଣଙ୍କ ଠାରୁ ମତାମତ ନିଆଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ସବ୍ର ସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ପଂଚାୟତ ଗୃହ ମରାମତି କାର୍ଯ୍ୟ ସମ୍ପାଦନ କରିବାକୁ ସୁଯୋଗ ପ୍ରଦାନ ନିମନ୍ତେ ଜିଲ୍ଲାପାଳଙ୍କୁ ସରପଂଚ ଶ୍ରୀମତୀ ମହାପାତ୍ର ନିବେଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ