ପଂଚାୟତ ନିର୍ବାଚନ ପରିଚାଳନା ନେଇ ଗଞ୍ଜାମ ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କଲେ ରାଜ୍ୟ ନିର୍ବାଚନ କମିଶନର

ଛତ୍ରପୁର, (ଦେବଦତ୍ତ ମହାରଣା) :ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ନିର୍ବାଚନ କମିଶନ ନିର୍ବାଚନ ସୁରୁଖୁରରେ ପରିଚାଳନା କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି । ନିର୍ବାଚନ ପରିଚାଳନା ନେଇ ଶନିବାର ସବୁ ଜିଲ୍ଲାପାଳ ଓ ଏସପିଙ୍କ ସହ ଭିସି ଜରିଆରେ ଆଲୋଚନା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ । ନିର୍ବାଚନକୁ ଅବାଧ, ସ୍ୱଚ୍ଛ ଓ ନିରାପଦ ଭାବେ କରିବା ପାଇଁ ବୈଠକରେ ଆଲୋଚନା ହୋଇଛି । ଆସନ୍ତା ଫେବୃଆରୀ ୧୬ ରୁ ୫ଟି ପର୍ଯ୍ୟାୟରେ ରାଜ୍ୟରେ ପଂଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରିବେ । ଫେବୃଆରୀ ୨୬ ରୁ ତିନି ଦିନ ଯାଏଁ ହେବ ଭୋଟ ଗଣତି । କଡା କୋଭିଡ୍ କଟକଣା ମଧ୍ୟରେ ହେବ ନିର୍ବାଚନ । ପଂଚାୟତ ନିର୍ବାଚନ ପରିଚାଳନା, ଗଞ୍ଜାମ ଜିଲ୍ଲାପାଳ ଏବଂ ଏସପିଙ୍କ ସହ ରାଜ୍ୟ ନିର୍ବାଚନ କମିଶନ ଆଲୋଚନା କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ଓସ୍ୱାନ କକ୍ଷରେ ନିର୍ବାଚନ କମିଶନରଙ୍କ ସହ ଭିସି ମାଧ୍ୟମରେ ଯୋଡି ହୋଇ ପଞ୍ଚାୟତ ନିର୍ବାଚନ କରିବା ଅବାଧ, ସ୍ୱଚ୍ଛ ଓ ନିରାପଦ କରିବା ସହ ସୁରୁଖୁରରେ ନିର୍ବାଚନ ପରିଚାଳନା କରାଯିବ ଓ ନିର୍ବାଚନ ଯେପରି ଶୃଙ୍ଖଳା ଭାବେ ସହ ସମାପନ ହୋଇପାରିବ ସେନେଇ ଆଲୋଚନା ହୋଇଥିଲା । ଏହା ସହ କରୋନା ନିୟମାନୁଯାୟୀ ଏହା ଯେମିତି ପାଳନ ହୋଇପାରିବ ସେଥି ନିମନ୍ତେ ଆଲୋଚନା ହୋଇଥିଲା । ଗଞ୍ଜାମ ଜିଲ୍ଲାରେ ୫ ଟି ପର୍ଯ୍ୟାୟରେ ପଂଚାୟତ ନିର୍ବାଚନ ହେବ । ଜିଲ୍ଲାରେ ୫୦୩ ପଂଚାୟତ, ୬୯ ଟି ଜିଲ୍ଲା ପରିଷଦ ଓ ୭୦୯୯ ଟି ୱାର୍ଡ ରହିଥିବା ବେଳେ ୨୪ ଲକ୍ଷ ୪୩ ହଜାର ୬୧୬ ଭୋଟର ୭୦୦୯ ଟି ବୁଥରେ ମତଦାନ ସାବ୍ୟସ୍ଥ କରିବେ । ଏହି ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଞ୍ଜାମ ଏସପି ବ୍ରିଜେସ୍ କୁମାର ରାଏ, ଡିଆରଡିଏ ପିଡି ସିନ୍ଧେ ଦତ୍ତା୍‌ତ୍ରେୟ ଭାଉ ସାହେବ, ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ପଂଚାୟତ ଅଧିକାରୀ ଗୁରୁଭା ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ