ପଂଚୁକ ବ୍ରତ ସହିତ ପାରାୟଣ ଉଦଯାପିତ

ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା) : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ବିଭିନ୍ନ ଗ୍ରାମାଞ୍ଚଳ ଦେବାଦେବୀ ପୀଠ ଗୁଡିକରେ ପଂଚୁକ ବ୍ରତ ଆଜି ଉଦଯାପିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ଶ୍ରୀ ରାମଦୟା ପରିଷଦ ପକ୍ଷରୁ ନଅ ଦିନ ଧରି ଚାଲିଥିବା ରାମଚରିତ ମାନସ ପାରାୟଣ ହୋମଯଜ୍ଞ ସହିତ ଆଜି ଶେଷ ହୋଇଛି । ଅଯୋଧ୍ୟାରୁ ଆସିଥିବା ଶ୍ରୀ ରାମମନୋହର ଦାସ ଜୀଙ୍କ ଦ୍ଵାରା କାର୍ଯ୍ୟକ୍ରମ ଉଦଘାଟିତ ହୋଇଥିବା ବେଳେ ଏଥିରେ ନଅ ଦିନ ଧରି ବିଭିନ୍ନ ସାଧୁସନ୍ଥ ଯୋଗଦେଇ ରାମଚରିତ ମାନସ ପାଠ କରିଥିଲେ । ମଣିଷ ଜୀବନ ପାଇଁ ଆଧ୍ୟାତ୍ମିକ ବିକାଶରେ ରାମଚରିତ ମାନସ ଏକ ସର୍ବୋତ୍ତମ ପୁସ୍ତକ ବୋଲି ବିଶିଷ୍ଟ ବକ୍ତା ମାନେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଉମାକାନ୍ତ ମହାପାତ୍ର, ମୃତ୍ୟୁଞ୍ଜୟ ଚୌଧୁରୀ, ସନ୍ତୋଷ ଚୈତନ୍ୟ ଜୀ ପ୍ରମୁଖ ଉପସ୍ଥିତ ରହି ଭଗବାନ ଶ୍ରୀରାମଙ୍କ କଥା ଅମୃତ ପଠନ କରିଥିଲେ । ଅନୁଷ୍ଠାନର ସଭାପତି ରତ୍ନାକର ସେନାପତି ଓ ସମ୍ପାଦକ ବିଦ୍ୟାଧର ଦ୍ବିବେଦୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ପାରାୟଣ କାର୍ଯ୍ୟକ୍ରମ କୁ ଶିକ୍ଷକ ନିର୍ମଳ ଧଳ, ପବନ କୁମାର ନାୟକ, ଅଜିତ କୁମାର ଜେନା, ଶରତ ଚନ୍ଦ୍ର ମହାପାତ୍ର, ବସନ୍ତ କୁମାର ସାହୁ, ମନୋରଞ୍ଜନ ନାୟକ, ଗୌରହରି ପଣ୍ଡା, ଦେବେନ୍ଦ୍ର କବି, ପ୍ରତ୍ୟୁଷ ସାହୁ, ହର ପରିଡା ପ୍ରମୁଖ ପରିଚାଳନା କରିଥିଲେ।ଅନୁରୂପ ଭାବେ ବ୍ଲକ ରହଣିଆ, ରାଢୋ, ମାଳଦା, ମଞ୍ଜୁରୀରୋଡ଼, ଆଖୁଆପଦା ଅଂଚଳରେ ଆଜି ପ୍ରତ୍ୟୁଷରୁ ଡଙ୍ଗୀ ଭସା ସହିତ ବିଭିନ୍ନ ଦେବଦେବୀ ପୀଠରେ ପଂଚୁକ ବ୍ରତ ଉଦଯାପିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ