ପଂଚୁକ ୫ଦିନ ନାଟ୍ୟ ପ୍ରତିଯୋଗୀତା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଶ୍ରୀଜଗନାଥଙ୍କ ଦାରୁ ପ୍ରାପ୍ତି ହୋଇଥିବା ସ୍ଥାନ ଦଧିମାଛ ଗାଡ଼ିଆ ଠାରେ ମା’ ବାଉତୀ ରାମଲୀଲା ନାଟ୍ୟ ପ୍ରତିଯୋଗୀତା ପଂଚୁକ ୫ଦିନ ବ୍ୟାପି ଆରମ୍ଭ ହୋଇଛି । ଏଥିରେ ପ୍ରଥମ ଦିବସରେ ପଲ୍ଲା ରାମ ଲୀଲା କମିଟି ପକ୍ଷରୁ ‘ସୂର୍ପଣଖା ନାସା ଚ୍ଛେଦନ’ ଦ୍ୱିତୀୟ ଦିବସରେ ଲହଙ୍ଗା ପାଇକପୁଟ ରାମଲୀଲା କମିଟି ପକ୍ଷରୁ ‘ଲଙ୍କା ପୋଡ଼ି’ ତୃତୀୟ ଦିବସରେ ସୁକଳ ମା’ ରଣକେଶ୍ୱରୀ ରାମନାଟକ କମିଟି ପକ୍ଷରୁ ‘ଇନ୍ଦ୍ରଜୀତ୍ ବଧ’ ଚତୁର୍ଥ ଦିବସରେ ସୋମନାଥପୁଣ ଦେଉଳ ଟାଙ୍ଗୀ ଶ୍ରୀ ଶ୍ରୀ ସୋମନାଥ ନାଟ୍ୟ ସଂସଦ ପକ୍ଷରୁ ‘ମହାରାବଣ ବଧ’ ପଂଚମ ଦିନରେ କୁମ୍ଭାରପଡ଼ା ଶ୍ରୀ ଶ୍ରୀ ଲଡ଼ୁକେଶ୍ୱର ଦେବ ରାମନାଟ୍ୟ ସଂସଦ ପକ୍ଷରୁ ‘ଲବ-କୁଶ ଜନ୍ମ’ ନାଟକ ଅନୁଷ୍ଠିତ ହେବ । ପୂର୍ଣ୍ଣମୀ ତିଥିରେ ଉଦ୍‌ଯାପନ କରାଯାଇ ବୋଇତ ବନ୍ଦାଣ ଓ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ମାନସ ରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ