୩୫ନଂ ଜୋନ ବିଜେଡିର ପଦଯାତ୍ରା
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଢ଼େଙ୍କା ଓ ସଢ଼ା ଠାରେ ୩୫ନଂ ଜୋନ ବିଜେଡିର ଜନ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ସୁରେନ୍ଦ୍ର କୁମାର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶାସଙ୍ଗ, ପନ୍ଦାଡୋ, ହାଟଡିହି, ସଢ଼ା, ଜମ୍ଭୀରା, ମରୈଗାଁ, ଢ଼େଙ୍କା ଆଦି ପଞ୍ଚାୟତରୁ ତିନିହଜାରରୁ ଉର୍ଦ୍ଧ କର୍ମୀ ସାମିଲ ହୋଇ ଢ଼େଙ୍କା ଠାରୁ ପଦଯାତ୍ରାରେ ବାହାରି ସୁନ୍ଦରପୁର, ଢ଼େଙ୍କା ପ୍ରଭୃତି ଗ୍ରାମ ପରିକ୍ରମା କରିବାପରେ ସଢ଼ା ସ୍କୁଲ ପଡିଆ ନିକଟରେ ସମାପ୍ତ କରିଥିଲେ । ସ୍କୁଲ ପଡିଆରେ ଅନୁଷ୍ଠିତ ଏକ ବିଶାଳ ଜନ ସମାବେଶରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ବିଜେଡି ମହାସଚିବ ଏଲିନା ଦାସ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ବିଜେଡି ନେତା ଦେବପ୍ରୀୟ ପାତ୍ର, ଢ଼େଙ୍କା ପଞ୍ଚାୟତର ସରପଞ୍ଚ ସୁବାସିନୀ ସେଠୀ, ଶାସଙ୍ଗ ସରପଞ୍ଚ ମଧୁସ୍ମୀତା ସ୍ୱାଇଁ, ହାଟଡିହି ସରପଞ୍ଚ ଚିନ୍ମୟ ନାୟକ, ଜିଲ୍ଲାପରିଷଦ ସଦସ୍ୟା ସୁକାନ୍ତୀ ଯେନା, ପୁର୍ବତନ ଜିଲ୍ଲାପରିଷଦ ରବିନ୍ଦ୍ର ନାୟକ, ଇଂ ରବିନ୍ଦ୍ର କୁମାର ସାହୁ, ଢ଼େଙ୍କା ପଞ୍ଚାୟତର ସମିତିସଭ୍ୟା ସୁକାନ୍ତୀ ବିଶ୍ୱାଳ, ଜମ୍ଭୀରା ସମିତିସଭ୍ୟା ପ୍ରୀତିପଦ୍ମା ରାଉତ, ପନ୍ଦାଡୋ ସମିତିସଭ୍ୟ ଅନିରୁଦ୍ଧ ବେହେରା, ହାଟଡିହି ସମିତିସଭ୍ୟ କୈଳାଶ ରାଉତ, ଶାସଙ୍ଗ ସମିତିସଭ୍ୟ ଜଗଦାନନ୍ଦ ଜେନା ପ୍ରମୁଖ ଯୋଗଦେଇଥିଲେ । ଏହି ପଦଯାତ୍ରା ସମୟରେ ଅତିଥିମାନେ ନବୀନବାବୁଙ୍କ ସରକାର ସମୟରେ ଜନ୍ମ ଠାରୁ ମୃତୁ୍ୟ ପର୍ଯ୍ୟନ୍ତ ଯେପରି ଜନହୀତକର ଯୋଜନା ଗୁଡିକ କାର୍ଯ୍ୟକ୍ଷମ କରାଇଛନ୍ତିି ତାହାର ସୁଫଳ କିପରି ଲୋକମାନେ ପାଇପାରିବେ ତାହା ଉପରେ ଆଲୋକପାତ କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରାଜ୍ୟସରକାରଙ୍କ ପଦକ୍ଷେପ ସର୍ବଜନାଦୃତ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ବିଜେଡି ସରକାର ରାଜ୍ୟରେ ୨୨ବର୍ଷ ଶାସନକାଳ ସମୟରେ ଯେପରି ଓଡିଶାର ବିକାଶ କ୍ଷେତ୍ରରେ କାମ କରିଚାଲିଛନ୍ତି ତାହା ସାଧାରଣ ଲୋକମାନେ ଜାଣି ସାରିଛନ୍ତି । ଟଙ୍କାକିଆ ଚାଉଳ ହେଉ କିମ୍ବା ବିଜୁ କୃଷକ ଯୋଜନା ହେଉ କିମ୍ବା ବିଜୁ ସ୍ୱାସ୍ଥ୍ୟ ଯୋଜନା ହେଉ ଏସବୁ ଯୋଜନାର ସୁଫଳ କିପରି ଲୋକମାନେ ପାଇପାରୁଛନ୍ତି ଓ ଅନ୍ୟ ଯୋଜନା ଗୁଡିକର ସୁଫଳ ପାଇବେ ତାହା ଉପରେ ଅତିଥିମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଆଗାମି ନିର୍ବାଚନରେ ବିଜେଡି ପୁଣି ଥରେ ଶାସନକୁ ଫେରିବା ଉପରେ ସମସ୍ତେ ସହଯୋଗ କରିବାକୁ ନେତାମାନେ ନିବେଦନ କରିଥିଲେ । ଏଥିରେ ବରିଷ୍ଠ ବିଜେଡି ନେତା ରବିନ୍ଦ୍ର କୁମାର ସାମଲ, ଅଭିମନୁ୍ୟ ସେଠୀ, ବୈଦ୍ୟନାଥ ସାମଲ, ମନୋଜ ମହାନ୍ତି, ବିଶ୍ୱନାଥ ନାୟକ, ଭଗବାନ କର, ଚିତ୍ତରଞ୍ଜନ ପାତ୍ର, ସାଂସଦ ପ୍ରତିନିଧି ନନ୍ଦୁ ଚରଣ ଜେନା, ସମାଜସେବୀ ତଥା ବିଜେଡି ନେତା ନାରାୟଣ ଜେନା, କୁଳମଣି ରାଉତ, ବାବୁ ଘଡେଇ, ସୁଧାଶୁଂ ବିଶ୍ୱାଳ, ସୁଧାକର ଓଝା, ଧବଳେଶ୍ୱର ପଟ୍ଟନାୟକ, ପ୍ରଦୀପ ଜେନା, ଗୌରାଙ୍ଗ ରଣା, କାମପାଳ ନାୟକ, ଗୋପାଳ ନାୟକ, ବୈଲୋଚନ ରାଉଳ, ବିଜୟ ମହାପାତ୍ର, ପ୍ରଭାତ ନାୟକ, ପୁର୍ବତନ ସମିତିସଭ୍ୟ ପ୍ରଭାତ ରାଉତ, ନାରାୟଣ ବେହେରା, ରଞ୍ଜନ ପହି, ବିଶ୍ୱନାଥ ଜେନା, ବାବୁଲା କାଣ୍ଡିଙ୍କ ସମେତ ଅନେକ ବରିଷ୍ଠ ବିଜେଡି ନେତାମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଗଗନ ବିହାରୀ ବେହେରା, ନୀଳକଣ୍ଠ ସାମଲ, ଗଗନ ବିହାରୀ ପହି, ଶ୍ୟାମ ସୁନ୍ଦର ସାମଲ, ଉମାକାନ୍ତ ସ୍ୱାଇଁ, ଜଗନ୍ନାଥ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


