ପଇସା ବାକ୍ସରେ ରଖନ୍ତୁ ଏହି ଜିନିଷ, ବ୍ୟବସାୟରେ ହେବ ଲାଭ

ଅନେକ ଲୋକ ବ୍ୟବସାୟ କରନ୍ତି । କାହାର ବ୍ୟବସାୟ ବଡ ହୋଇଥାଏ ତ କିଏ ଛୋଟ ଦୋକାନ କରି ନିଜ ପେଟ ପୋଷିଥାଏ । ସମସ୍ତେ ଚାହାଁନ୍ତି ତାଙ୍କ ବ୍ୟବସାୟ ଆଗକୁ ବଢ଼ୁ, ବ୍ୟବସାୟରେ ଲାଭ ମିଳୁ । ବ୍ୟବସାୟରେ ଲାଭ ପାଇବା ପାଇଁ କିଛି ଲୋକ ପୂଜାପାଠ କରିଥାନ୍ତି । ଶାସ୍ତ୍ରବିତ୍ଙ୍କ କହିବା ଅନୁଯାୟୀ ଯେଉଁମାନେ ଦୋକାନ କରିଛନ୍ତି, ସେମାନେ ଦୁଇଟି ଗୋମତି ଚକ୍ରକୁ ଲାଲ କପଡାରେ ଗୁଡାଇ ଦୋକାନରେ ପଇସା ବାକ୍ସରେ ରଖିଦିଅନ୍ତି । ଏହାଦ୍ୱାରା ବ୍ୟବସାୟରେ ଲାଭ ମିଳିଥାଏ ଓ ଧନ ସମ୍ପତ୍ତି ବୃଦ୍ଧି ପାଇଥାଏ । ଯେଉଁ ଲୋକଙ୍କ ଦୋକାନ ଅଛି ସେମାନେ ଦୋକାନ ବାହାରେ ଏକ ସ୍ୱସ୍ତିକ ଚିହ୍ନ ଆଙ୍କନ କରିପାରିବେ । ସ୍ୱସ୍ତିକର ଚାରିପଟ ବିଷ୍ଣୁଙ୍କର ଚାରିବାହୁ ସହ ସମାନ ବୋଲି କୁହାଯାଏ । ଏହି ଚିହ୍ନ ଦୋକାନ ବାହାରେ ଆଙ୍କିବା ଦ୍ୱାରା ବେପାରରେ ଲାଭ ମିିଳିବା ସହ ବ୍ୟବସାୟ ଉପରେ ଖରାପ ଦୃଷ୍ଟି ପଡିନଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ