ପକେଟରେ ଫାଟିଗଲା ମୋବାଇଲ, ଯୁବକ ଆହତ
କେନ୍ଦ୍ରାପଡ଼ା: ମୋବାଇଲ ବିସ୍ଫୋରଣର ଅନେକ ଖବର ସାମ୍ନାକୁ ଆସିଥାଏ । କିଏ ଫୋନ୍ ଚାର୍ଜରେ ବସାଇଲା ବେଳେ ତ କିଏ ଫୋନରେ କଥା ହେଉଥିବା ବେଳେ ମୋବାଇଲ ବ୍ୟାଟେରି ଫାଟି ବିସ୍ଫୋରଣ ହେବା ଖବର ଆମେ ଶୁଣିଛେ । ଏହି କ୍ରମରେ ବୁଧବାର କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଜଣେ ବ୍ୟକ୍ତି ବାଇକରେ ଯାଉଥିବା ବେଳେ ତାଙ୍କ ପକେଟରେ ଥିବା ମୋବାଇଲ ଫୋନ୍ଟି ହଠାତ ଫାଟିଯାଇଥିଲା । ଏହି ବିସ୍ଫୋରଣରେ ଯୁବକ ଜଣକ ଗୁରୁତର ଆହତ ହାଇଥିଲେ । ତାଙ୍କୁ ସ୍ଥାନୀୟଲୋକେ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ କେନ୍ଦ୍ରପଡ଼ା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଗୁରୁତର ଆହତ ଯୁବକଙ୍କ ନାମ ଚନ୍ଦ୍ରମଣି ସେଠୀ ଓ ତାଙ୍କ ଘର ମହାଦେବପାଟଣା ଗାଁରେ ବୋଲି ଜଣାପଡ଼ିଛି ।