ପକ୍ଷୀଙ୍କୁ ବିଦ୍ୟୁତ୍ ଝଟକା ନ ଲାଗିବାର କାରଣ
ସାଧାରଣତଃ ପକ୍ଷୀମାନେ ବିଦ୍ୟୁତ୍ ଖୁଣ୍ଟଗୁଡ଼ିକରେ ଝୁଲିଥିବାର ଦେଖିବାକୁ ମିଳିଥାଏ। ମାତ୍ର ସେମାନଙ୍କୁ କେବେ ବିଦ୍ୟୁତ୍ ଝଟକା ଲାଗି ନ ଥାଏ। ଏହା ପଛରେ କେତେକ ବୈଜ୍ଞାନିକ କାରଣ ରହିଛି। ବିଦ୍ୟୁତ୍ ତାର ମଧ୍ୟରେ ବହୁତ ଇଲେକଟ୍ରନ୍ସ ରହିଥାଏ, ଯାହା ଗୋଟିଏ ଯାଗାରୁ ଅନ୍ୟ ଯାଗାକୁ ଗତି କରିଥାଏ। ଯେତେବେଳେ ବିଦ୍ୟୁତ ଗୋଟିଏ ଯାଗାରୁ ଅନ୍ୟ ଯାଗାକୁ ଯାଇଥାଏ ତେବେ ଏହା ଦ୍ବାରା ବିଦ୍ୟୁତ ପ୍ରବାହ ହୋଇଥାଏ। ବିଦ୍ୟୁତ ତାର କପର କିମ୍ବା ତମ୍ବା ଦ୍ବାରା ତିଆରି ହୋଇଥାଏ। ବିଦ୍ୟୁତ ପ୍ରବାହର ନିୟମ ହେଉଛି ଯଦି ବିଦ୍ୟୁତ ପ୍ରବାହ ପାଇଁ ଦୁଇଟି ରାସ୍ଥା ତାଏ ତେବେ ତାହା ସବୁବେଳେ ସେହି ରାସ୍ତା ଦେଇ ପ୍ରବାହିତ ହେବ, ଯେଉଁଠି କିଛି ଅବରୋଧ ହେବ ନାହିଁ। ଏଥିପାଇଁ ଯେବେବି ବିଦ୍ୟୁତର ପ୍ରବାହ ହୋଇଥାଏ, ତାହା ତମ୍ବାରେ ହୋଇଥାଏ। ସୂଚନା ଅନୁଯାୟୀ ପକ୍ଷୀଙ୍କ ଶରୀରର କୋଶିକା ତମ୍ବା ତାର ତୁଳନାରେ ଅଧିକ ପ୍ରତିରୋଧ ଉତ୍ପନ୍ନ କରିଥାଏ।


