ପଙ୍ଗପାଳ ପାଇଁ ଏସଓପି ଜାରି
ଭୁବନେଶ୍ୱର: ପଙ୍ଗପାଳ ମୁକାବିଲା ପାଇଁ କୃଷି ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛି । ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ଏସଓପି ଜାରି କରାଯାଇଛି । ତଦନୁଯାୟୀ ବ୍ଲକ ଓ ଜିଲ୍ଲା କୃଷି ଅଧିକାରୀଙ୍କୁ ମନିଟରିଂ କରିବା ନେଇ ନିର୍ଦ୍ଦେଶ ଦିଆଯାଇଛି । କେଉଁ ଅଞ୍ଚଳରେ ଅଞ୍ଚଳକୁ ପଙ୍ଗପାଳ ପ୍ରବେଶ କଲେ, ସେନେଇ ସେମାନେ ସର୍ଭେ କରିବେ । ସର୍ଭେ କରିବା ପରେ ନିୟନ୍ତ୍ରଣ କରିବା ନେଇ ପଦକ୍ଷେପ ନିଆଯିବ । ପଙ୍ଗପାଳ ନିୟନ୍ତ୍ରଣ ନେଇ ଜିଲ୍ଲାସ୍ତରୀୟ ମନିଟରିଂ କମିଟି ଗଠନ କରାଯିବ । ତେବେ ପଙ୍ଗପାଳ ଓଡ଼ିଶା ଆସିବେ କି ନାହିଁ ତାହା ମୌସୁମୀ ଓ ପବନ ଉପରେ ନିର୍ଭର କରେ । ତଥାପି ଆମେ ମୁକାବିଲା ପାଇଁ ପ୍ରସ୍ତୁତ ବୋଲି କୃଷି ନିର୍ଦ୍ଦେଶକ କହିଛନ୍ତି । ଏହି ଅବସରରେ କୃଷି ସଚିବ କହିଛନ୍ତି ଯେ, ଜିଲ୍ଲାର କୃଷି ଅଧିକାରୀଙ୍କୁ ସଚେତନ କରାଯାଇଛ । ୩୦ଟି ଜିଲ୍ଲାରେ ନୋଡାଲ ଅଫିସର ସ୍ଥିତି ଉପରେ ନଜର ରଖିଛନ୍ତି ବୋଲି ସେ କହିଛନ୍ତି ।


