ପଙ୍ଗାଲର ପ୍ରଥମ ପର୍ବ ଭୋଗୀ ପାଳିତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ପଙ୍ଗାଲର ପ୍ରଥମ ପର୍ବ ଭୋଗୀକୁ ମହାସମାରୋହରେ ଗତକାଲି ରାତ୍ରରେ ପାଳନ କରାଯାଇଛି. ଗଜପତି ଜିଲ୍ଲା ଆନ୍ଧ୍ର ସୀମାନ୍ତରେ ଅବସ୍ଥିତ. ଏହି ଜିଲ୍ଲାର ମହାକୁମା ପାରଳାଖେମୁଣ୍ଡି ସହର ସମେତ କାଶୀନଗର, ଗୋଶାଣୀ ବ୍ଲକ ଅଞ୍ଚଳରେ ଅଧିକାଂଶ ତେଲୁଗୁ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି. ଏହି ଅଞ୍ଚଳରେ ଉଭୟ ଓଡ଼ିଆ ଓ ତୁଲୁଗୁ ସମ୍ପ୍ରଦାୟର ଲୋକେ ମିଳିତ ଭାବେ ଉଭୟଙ୍କ ପର୍ବ ପର୍ବାଣୀକୁ ଭାଇ ଚାରାରେ ମିଳିତ ଭାବେ ପାଳନ କରି ଆସୁଛନ୍ତି. ଗତକାଲି ରାତ୍ରରେ ଭୋଗୀ ପର୍ବକୁ ସମ୍ପୃକ୍ତ ଅଞ୍ଚଳରେ ଉଭୟ ସମ୍ପ୍ରଦାୟର ଲୋକେ ମହାସମାରୋହରେ ପାଳନ କରିଥିବା ଦେଖା ଯାଇଥିଲା. କେତେକ ଶୁଖିଲା କାଠକୁ ନେଇ ସେଥିରେ ଅଗ୍ନି ସଂଯୋଗ କରି ପ୍ରତେକ ସାହି ସାହିରେ ଏହି ଭୋଗୀ ପର୍ବ ପାଳନ କରାଯାଇଥିଲା. ଭୋଗୀ ପାଳନ ବେଳେ ଭୋଗୀ ନିଆଁରେ ବହୁ ସ୍ଥାନରେ ଭୋଜି ଭାତ କରାଯାଇଥିବା ଲକ୍ଷ୍ୟ କରାଯାଇଛି. ଏହି ଭୋଗୀ ପର୍ବକୁ ସ୍ୱାଗତ କରି ମହିଳାମାନେ ନିଜ ନିଜ ଘର ସମ୍ମୁଖ ସହ ଭୋଗୀ ପାଳନ କରାଯାଉଥିବା ଅଞ୍ଚଳରେ ବିଭିନ୍ନ ସୁନ୍ଦର ଝୋଟିକୁ ଆଙ୍କିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ