ପଛୁଆ ବର୍ଗ ସ୍ଥାନ ସଂରକ୍ଷଣ ନେଇ ବିଜେପିର ଅଭିଯୋଗ ମନଗଢା: ବିଜେଡି
ଭୁବନେଶ୍ୱର, (ୱାଇଏନ୍ଏସ୍): ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ ଜଣେ ଅଭ୍ୟାସଗତ ମିଛୁଆ ଏବଂ ତାଙ୍କ କଥାକୁ କେହି ଗମ୍ଭୀରତାର ସହ ଗ୍ରହଣ କରନ୍ତି ନାହିଁ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଦ୍ୱାରା ପଛୁଆ ବର୍ଗ ପାଇଁ ୨୭% ସଂରକ୍ଷଣ ସମ୍ପର୍କରେ ସେ ପୁଣିଥରେ ମିଥ୍ୟା ଓ ମନଗଢା କଥା କହିଥିବା ଦର୍ଶାଇଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ ଯେତେବେଳେ ନିର୍ବାଚନ ଆସେ ସେତେବେଳେ ସେ ନିଜ ଚେହେରା ଦେଖାନ୍ତି ଏବଂ ପରବର୍ତୀ ନିର୍ବାଚନ ଆସିବା ପର୍ଯ୍ୟନ୍ତ ଅଦୃଶ୍ୟ ହୋଇଯାଆନ୍ତି । ଶ୍ରୀ ଆଚାର୍ଯ୍ୟ ମିଛ କହିବାରେ ଏତେ ଅଭ୍ୟସ୍ତ ଯେ ବର୍ତମାନ ଓଡ଼ିଶା ବିଜେପି ତାଙ୍କୁ ମିଛ କହିବା ପାଇଁ ବ୍ୟବହାର କରୁଛି ଏବଂ ଶ୍ରୀ ଆଚାର୍ଯ୍ୟ ମଧ୍ୟ ଏହି ବ୍ୟବହାରରେ ଅଭ୍ୟସ୍ତ ହେଉଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।