ପଞ୍ଚମ ରାଜ୍ୟ ନରେନ୍ଦ୍ର ଜେନା ସ୍ମାରକୀ ଫୁଟ୍ବଲ ଟେନିିସ୍ ପ୍ରତିଯୋଗିତା ଉଦ୍ଘାଟିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-୨୬ ତାରିଖ ଅପରାହ୍ନରେ ନୟାପଲ୍ଲୀ ସୟଦ ମମତାଜ ଅଲ୍ଲୀ ସ୍କୁଲ୍ ପ୍ରାଙ୍ଗଣରେ ପଞ୍ଚମ ରାଜ୍ୟ ଦିବାରାତ୍ର ନରେନ୍ଦ୍ର ଜେନା ସ୍ମାରକୀ ଫୁଟ୍ବଲ ଟେନିସ୍ ପ୍ରତିଯୋଗିତା (ପୁରୁଷ ଓ ମହିଳା) ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଅଛି । ଏଥିରେ ମୋଟ ୧୪ଟି ପୁରୁଷ ଦଳ ଓ ୪ଟି ମହିଳା ଦଳ ଅଂଶଗ୍ରହଣ କରିଛନ୍ତି । ପ୍ରତିଯୋଗିତା ନକ୍ ଆଉଟ ପଦ୍ଧତିରେ ଖେଳ ହେବ । ଏହି ପ୍ରତିଯୋଗିତା ୨ଦିନ ଧରି ଚାଲିବ । ତା ୨୬.୨.୨୦୨୨ ଓ ୨୭.୦୨.୨୦୨୨ ପ୍ରତିଯୋଗିତାରୁ ବଛା ବଛା ଖେଳାଳୀମାନେ ରାଜ୍ୟ ପାଇଁ ମହାରାଷ୍ଟ୍ର,ସୋଲାପୁରଠାରେ ମେ ମାସରେ ଜାତୀୟ ପ୍ରତିଯୋଗିତାରେ ଯୋଗଦେବେ । ଏହି ପ୍ରତିଯୋଗିତାଟିକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ଭୁବନେଶ୍ୱରର କ୍ରୀଡ଼ା ସଂସଦର ସାଧାରଣ ସମ୍ପାଦକ ଡଃ ସୌର୍ଯ୍ୟରଞ୍ଜନ ପରିଜା । ଅନ୍ୟତମ ସମ୍ମାନିତ ଅତିଥିମାନେ ହେଲେ ସମରେନ୍ଦ୍ର ଜେନା, ସଭାପତି ନଳିନୀକାନ୍ତ ମିଶ୍ର, ପ୍ରସନ୍ନ ରାଉତ, ମହେନ୍ଦ୍ର ବଳବନ୍ତରାୟ, ପ୍ରତିଭା ମିଶ୍ର, ସ୍ନିଗ୍ଧା ମହାପାତ୍ର, ଚିତା ବେହେରା, ସରିତା ଶତପଥୀ, କ୍ଷୀରୋଦ ବେହେରା, ଜଲ୍ଲିନ ଖାନ୍ ଓ ସମ୍ପାଦକ ପ୍ରଦୀପ କୁମାର ରାଉତରାୟ ଉଦ୍ଘାଟନ ଉତ୍ସବକୁ ପରିଚାଳନା କରିଥିଲେ । ଆସନ୍ତା କାଲି ଅପରାହ୍ନ ୪.୩୦ରେ ଉଦ୍ଯାପନୀ ଉତ୍ସବ ଅନୁଷ୍ଠିତ ହେବ ।


