ପଞ୍ଚାୟତରେ ଅନିୟମିତତା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ୱାର୍ଡସଭ୍ୟସଭ୍ୟା

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକ ସୁଲଣ ପଞ୍ଚାୟତରେ ବ୍ୟାପକ ଅନିୟମିତତା ନେଇ ପଞ୍ଚାତର ଓ୍ବାର୍ଡସଭ୍ୟସଭ୍ୟା ମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି । ପଞ୍ଚାୟତରେ ସରକାରୀ ଅନୁଦାନ ହରିଲୁଟ ଘଟଣାରେ ଅଧା ଟଙ୍କା ଫେରସ୍ତ ହୋଇଥିବାବେଳେ ଅବଶିଷ୍ଟ ଟଙ୍କା ଫେରସ୍ତ ହୋଇନାହିଁ । ୱାର୍ଡ ସଭ୍ୟସଭ୍ୟାଙ୍କ ଅଭିଯୋଗ ଅନୁଯାଇ ପଞ୍ଚାୟତରେ ଦୀର୍ଘ ଦିନ ହେଲା ମାସିକ ବୈଠକ ବସୁନଥିବାବେଳେ ସରପଞ୍ଚ ୱାର୍ଡ ସଭ୍ୟସଭ୍ୟା ମାନଙ୍କୁ ନଜଣାଇ ମନଇଛା କାର୍ଯ୍ୟ କରୁଛନ୍ତି । ୨୦୧୭/୧୮ ରେ ପଞ୍ଚାୟତକୁ ମିଳିଥିବା ୨୩ଲକ୍ଷ ୩୨ହଜାର ଟଙ୍କାକୁ କେଉଁଠି ଓ କିପରି ଭାବେ ଖର୍ଚ୍ଚ କରାଗଲା ତାହାର କୌଣସି ହିସାପତ୍ର ନଥିବାବେଳେ ୨୦୧୮/୧୯ରେ ଆସିଥିବା ୨୬ଲକ୍ଷ ୨୬ହଜାର ଟଙ୍କାର ଅନୁଦାନକୁ ହେରଫେର କରାଯାଇଥିବା ୱାର୍ଡ ସଭ୍ୟା ମାନେ ଅଭିଯୋଗ କରିଛନ୍ତି । ସେହିପରି ପୁର୍ବତନ ନିର୍ବାହୀ ଅଧିକାରୀ ବ୍ଲକରୁ ରିଲିଭ ହେଲା ପରେବି ସରପଞ୍ଚ ଓ ନିର୍ବାହୀ ଅଧିକାରୀ ବିଡିଓଙ୍କ ବିନା ଆପ୍ରୁଭାଲରେ ୫ଲକ୍ଷ ୬୦ହଜାର ଟଙ୍କା ଉଠାଇ ନେଇଥିଲେ । ଏନେଇ ଅଭିଯୋଗ ହେବାପରେ ବିଡିଓଙ୍କ ନିକଟରେ ଅଧାଟଙ୍କା ଜମା କରାଯାଇଥିଲେବି ଅବଶିଷ୍ଟ ଟଙ୍କା ଫେରସ୍ତ ହୋଇପାରି ନାହିଁ । ଏନେଇ ବାରମ୍ବାର ୱାର୍ଡସଭ୍ୟସଭ୍ୟା ମାନେ ଅଭିଯୋଗ କରୁଥିଲେବି କୌଣସି ତଦନ୍ତ କରାଯାଉ ନାହିଁ ବୋଲି ପଞ୍ଚାୟତର ୱାର୍ଡସଭ୍ୟା କବିତା ପାଢ଼ୀ, ଅଶୋକ କୁମାର ଜେନା, ରବିନ୍ଦ୍ର କୁମାର ମାଝୀ, ଶୁପ୍ରଭା ଜେନା, ପ୍ରଭାସିନୀ ଜେନା, ସାବିତ୍ରୀ ସେଠୀ, ଶ୍ରାବଣୀ ମଲ୍ଲିକ, ଗୋବିନ୍ଦ ଜେନା ପ୍ରମୁଖ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ