ପଞ୍ଚାୟତରେ ସମିତିସଭ୍ୟ ପ୍ରାର୍ଥୀ ପ୍ରତାପ ଦାସଙ୍କୁ ନେଇ ଚର୍ଚ୍ଚା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଚର୍ଚ୍ଚିତ ସମାଜସେବୀ ପ୍ରତାପ କୁମାର ଦାସ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମହାକାଳପଡା ବ୍ଲକର ଗୋଗୁଆ ପଞ୍ଚାୟତରୁ ସମିତିସଭ୍ୟ ଭାବେ ପ୍ରାର୍ଥୀ ହୋଇଛନ୍ତି । ସେ ରାତିଦିନ ଅକ୍ଳାନ୍ତ ପରିଶ୍ରମ କରି ଘର ଘର ବୁଲି ତାଙ୍କ ସପକ୍ଷରେ (କେଟଲି ଚିହ୍ନରେ)ଭୋଟଦେବା ପାଇଁ ଭୋଟରମାନଙ୍କୁ ନିବେଦନ କରିଛନ୍ତି । ସେ ବୟଷ୍କ ଭୋଟରମାନଙ୍କ ଠାରୁ ଆର୍ଶ୍ରିବାଦ ନେବାର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ସେ କହୁଛନ୍ତି ଏହି ପଦରେ ଜିତିବା ପରେ ଗୋଗୁଆ ପଞ୍ଚାୟତର ଉନ୍ନତି ପାଇଁ ସରକାରଙ୍କ ଯେଉଁସବୁ ପାଣ୍ଠି ଆସିବ ତାହାକୁ ଲୋକଙ୍କ ଦ୍ୱାରା କମିଟି ଗଠନ କରି ଖର୍ଚ୍ଚ କରିବି । କୈାଣସି ଠିକାଦାର ଠାରୁ ଟଙ୍କାଟିଏ ପିସି ନେବିନାହିଁ କି ନିର୍ବାଚନ ସମୟରେ କୈାଣସି ଭୋଟରଙ୍କୁ ମଦମାଂସ ଦେଇ ଆକୃଷ୍ଟ କରିବି ନାହିଁ । କାରଣ ମୁଁ ଜଣେ ଆଇନ ଛାତ୍ର । ଆଇନ ଛାତ୍ର ହିସାବରେ ଆଇନ ପୁସ୍ତକରୁ ଅଧ୍ୟୟନ କରିଛି ଯେ ଭୁଲ କାମ କରିବା ଓ କରାଇବା ଉଭୟ ଦଣ୍ଡନୀୟ ଅପରାଧ । ତେଣୁ ଆଇନକୁ ସମ୍ମାନ ଜଣାଇ କେବଳ ଲୋକଙ୍କ ଆର୍ଶ୍ରିବାଦ ଭିକ୍ଷା କରି ଏହି ନିର୍ବାଚନ ବୈତରଣୀ ପାର ହେବି । ବିଗତ ଦିନରେ ବନ୍ୟା, ବାତ୍ୟା ଓ ମହାମାରୀ ସମୟରେ ଲୋକଙ୍କ ସୁଖଦୁଃଖରେ ଛିଡା ହୋଇଛି । ତାହା ହେଉଛି ମୋର ପୁଞ୍ଜି । ମୋର ଦୃଢ ବିଶ୍ୱାସ ଓ ଭରସା ରହିଛି ଗୋଗୁଆ ପଞ୍ଚାୟତବାସୀ ମହାକାଳପଡା ବ୍ଲକର ଅନ୍ୟ ପଞ୍ଚାୟତବାସୀଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ସେମାନେ କେବେହେଲେ କୈାଣସି ରାଜନେତାଙ୍କ ସାମୟିକ ପ୍ରଲୋଭନରେ ପ୍ରଲୋଭିତ ହେବେନାହିଁ । ସେମାନେ ନିଶ୍ଚିତ ଭାବେ ଜଣେ ଯୋଗ୍ୟ ପ୍ରାର୍ଥୀଙ୍କୁ ଭୋଟ ଦେବେ । ଯେଉଁ ପ୍ରାର୍ଥୀ ପୂର୍ବରୁ ଗୋଗୁଆ ପଞ୍ଚାୟତବାସୀଙ୍କ ସୁଖଦୁଃଖରେ ଛିଡା ହୋଇଛନ୍ତି ଲୋକେ ତାଙ୍କୁହିଁ ଭୋଟ ଦେଇ ଜୟଯୁକ୍ତ କରାଇବେ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ ରହିଛି । ଏହି ପଞ୍ଚାୟତରେ ଉନ୍ନତ ରାସ୍ତାଘାଟ, ସବୁ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା, ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଗ୍ରାମୀଣ ଆବାସ ଯୋଜନାରେ ଖଣ୍ଡେ ଲେଖାଁଏ ଘର ଯୋଗାଇବା, ସବୁ ପିଲାଙ୍କୁ ଉଚ୍ଚ ଶିକ୍ଷିତ କରିବା, ସମସ୍ତ ଚାଷୀଙ୍କୁ ବୈଷୟିକ ଜ୍ଞାନ ପ୍ରଦାନ କରିବା, ମହିଳାମାନଙ୍କୁ ସଶକ୍ତିକରଣ କରି ଆତ୍ମନିର୍ଭରଶୀଳ କରାଇବା, ସର୍ବୋପରି ପଞ୍ଚାୟତବାସୀଙ୍କ ଅର୍ଥନୈତିକ ମାନଦଣ୍ଡରେ ଉନ୍ନତି ଆଣିବା ମୁଦା ନେଇ ମୁଁ ନିର୍ବାଚନ ଲଢୁଛି ବୋଲି ଶ୍ରୀ ଦାସ କହିଛନ୍ତି । ଶ୍ରୀ ଦାସ ଛାତ୍ର ଜୀବନରୁ ରାଜନୀତିରେ ପ୍ରବେଶ କରିଥିଲେ । ସେ କେନ୍ଦ୍ରାପଡା ସ୍ଥିତ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟରେ ଅଧ୍ୟୟନ ବେଳେ ଛାତ୍ର ସଂସଦ ସଭାପତି ହୋଇଥିଲେ । ପିଲାଟି ଦିନରୁ ସେ ବିଜୁବାବୁଙ୍କର ଜଣେ ବଡ ଫ୍ୟାନ ଥିଲେ । ଛାତ୍ର ଜୀବନରେ ବିଜୁବାବୁଙ୍କ ଜୀବନରେ ଅନୁପ୍ରାଣିତ ହୋଇ ପାଠପଢା ଶେଷ କରିଥିଲେ । ସେ ତାଙ୍କ ଯୁବକ ଅବସ୍ଥାରେ ନବୀନ ବାବୁଙ୍କର ଜଣେ ବଡ ଫ୍ୟାନ ଭାବେ ବେଶ ଜଣାଶୁଣା । ବିଜୁବାବୁ ଓ ନବୀନବାବୁ ଉଭୟଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରତାପ ଲୋକଙ୍କ ସେବା କରିବା ପାଇଁ ଗୋଗୁଆ ପଞ୍ଚାୟତରୁ ସମିତିସଭ୍ୟ ପ୍ରାର୍ଥୀ ହୋଇଥିବା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ