ପଞ୍ଚାୟତିରାଜ ଦିବସ ପୂର୍ବରୁ ସରକାରୀ ଅନୁଦାନ ପ୍ରଦାନ୍ତ କରନ୍ତୁ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ଗ୍ରାମପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀ ମିଳିତ ମହାସଂଘ ପକ୍ଷରୁ ରାଜ୍ୟସ୍ତରୀୟ ସାଧାରଣ ବୈଠକ ପୁରୁଣା ଭୁବନେଶ୍ୱରସ୍ଥିତ ଡ଼ାଲମିୟା ଧର୍ମଶାଳାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ଜିଲ୍ଲା ସଂଘ ସଭାପତି ଓ ସମ୍ପାଦକଙ୍କ ସମେତ ବରିଷ୍ଠ କର୍ମକର୍ତ୍ତା ଯୋଗ ଦେଇଥିଲେ । ଉକ୍ତ ବୈଠକରେ କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର ସେନାପତି ଓ ସାଧାରଣ ସମ୍ପାଦକ ସୁବ୍ରତ କୁମାର ରାଉଳ ସଭାକାର୍ଯ୍ୟ ପରିଚାଳନା କରିଥିଲେ । କର୍ମଚାରୀ ମାନଙ୍କ ତରଫରୁ ୮ଗୋଟି ଦାବି ଯଥା ସ୍ଥାୟୀ ନିଯୁକ୍ତି, ନିୟମିତ ଦରମା ପ୍ରଦାନ, ସମାନ କାମକୁ ସମାନ ଦରମା, ଓଡ଼ିଶା ଗ୍ରାମ ପଞ୍ଚାୟତ ନିୟମ ୧୨୫/୨୦୧୪ମସିହା ସଂଶୋଧନ କରିବା, ରାଜ୍ୟ ବଜେଟରେ ଗ୍ରାମ ପଞ୍ଚାୟତର କର୍ମଚାରୀମାନଙ୍କ ପାଇଁ ସ୍ୱତନ୍ତ୍ର ବଜେଟ ରଖିବା, ପଞ୍ଚାୟତିରାଜ ବିଧି ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବା ସହିତ ଇ-ଗଭର୍ଣ୍ଣାନ୍ସ ପୋର୍ଟାଲ ବିଆର ବିଭାଗରେ କର୍ମଚାରୀମାନଙ୍କ ତାଲିକାକୁ ପଞ୍ଜିକରଣ କରିବା, ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ପଦୋନ୍ନତି ଦେବା, ଶ୍ରମ ଓ ନିୟୋଜନ ବିଭାଗ ଦ୍ୱାରା ଘୋଷଣା କରାଯାଇଥିବା ଦୈନିକ ସର୍ବନିମ୍ନ ମଜୁରୀ ୩୩୩ ଟଙ୍କାରୁ କମ୍ ହେଉନଥିବ, ଏକ ଷ୍ଟାଣ୍ଡିଂ ଅର୍ଡର ପ୍ରତ୍ୟେକ ପଞ୍ଚାୟତକୁ ପଠାଇବା, ଚାକିରୀ କ୍ଷେତ୍ରରେ ସୁରକ୍ଷା ପ୍ରଦାନ, ବିଗତ ଦିନମାନଙ୍କରେ ଗ୍ରାମପଞ୍ଚାୟତରେ ଥିବା ସମ୍ପାଦକମାନଙ୍କୁ ଯେଉଁଭଳି ଭାବରେ ଏକ ଉଚ୍ଚସ୍ତରୀୟ କମିଟି ପଞ୍ଚାୟତିରାଜ ବିଭାଗ ଓ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନେଇ କମିଟି ଗଠନ କରି ସରକାରୀ ଅନୁଦାନ ପାଇଲେ ସେହିପରି ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କୁ ଏକ ଉଚ୍ଚକ୍ଷମତାସମ୍ପନ୍ନ କମିଟି ସଂଘ ସହିତ ରାଜ୍ୟ ସରକାର ଗଠନ କରି କର୍ମଚାରୀ ସହାୟତା ଅନୁଦାନ ପ୍ରଦାନ କରବାକୁ ସଂଘ ତରଫରୁ ଦାବି କରାଯାଇଛି । ପ୍ରକାଶଥାଉକି ଗତ ତା ୨୮.୧୧.୨୦୨୨ରିଖ ଠାରୁ ତା ୦୯.୧୨.୨୦୨୨ରିଖ ପର୍ଯ୍ୟନ୍ତ ବିଧାନସଭା ସମ୍ମୁଖରେ ବିଶାଳ ଗଣଧାରଣା ଦିଆଯାଇଥିଲା । ମାତ୍ର ଏକ ପାଞ୍ଚଜଣିଆ କର୍ମଚାରୀ ମଣ୍ଡଳୀ ରାଜ୍ୟ ସରକାର ପଞ୍ଚାୟତିରାଜ ବିଭାଗଙ୍କ ସହିତ ଡେଲିଗେଟରେ ଯାଇ ଆଲୋଚନା କରାଯାଇଥିଲା । ସରକାରଙ୍କ ପକ୍ଷରୁ ଦାବି ପୂରଣର ଯଥାର୍ଥକୁ ସକରାତ୍ମକ ଭାବେ ଗ୍ରହଣ କରିବା ଉପରେ ଏକ ଉଚ୍ଚସ୍ତରୀୟ କମିଟିରେ ପକାଇ ଯଥାସାଧ୍ୟ ସରକାରୀ ଅନୁଦାନ ପ୍ରଦାନ କରିବାକୁ ସରକାର ସୁବିଚାର କରୁଛନ୍ତି ବୋଲି ପ୍ରତିଶ୍ରୁତି ମିଳିବା ପରେ ଗ୍ରାମ ପଞ୍ଚାୟତ କର୍ମଚାରୀ ସଂଘ ଧାରଣାକୁ ପ୍ରତ୍ୟାହୃତ କରିଥିଲା । ଇତି ମଧ୍ୟରେ ଦୁଇମାସ ବିତିଯାଇଥିବାରୁ ଗ୍ରାମପଞ୍ଚାୟତ ଚତୁର୍ଥଶ୍ରେଣୀ କର୍ମଚାରୀ ମହାସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ୨୦୨୩ ମସିହାର ପ୍ରଥମ ରାଜ୍ୟସ୍ତରୀୟ ସାଧାରଣ ସଭା ବୈଠକ ଅନୁଷ୍ଠିତ କରାଗଲା । ବିଭିନ୍ନ ଜିଲ୍ଲାରୁ ଆସିଥିବା କର୍ମଚାରୀମାନଙ୍କ ଦାବିକୁ ରାଜ୍ୟ ସରକାର ଯଥାଶୀଘ୍ର ପୂରଣ କରିବା ପାଇଁ ଦାବି ଉପସ୍ଥାପନ କରାଯାଇଛି ।