ପଞ୍ଚାୟତିରାଜ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଓଡ଼ିଶା ଗ୍ରାମ ପଞ୍ଚାୟତ କର୍ମଚାରୀ ସଂଘର ଧାରଣା ପ୍ରତ୍ୟାହୃତ
ଭୁବେନଶ୍ୱର : ଓଡ଼ିଶା ଗ୍ରାମ ପଞ୍ଚାୟତ କର୍ମଚାରୀ ସଂଘର ଅସ୍ଥାୟୀ କର୍ମଚାରୀ ପିଅନ, ରାତ୍ର ଜଗୁଆଳ ଓ ଝାଡ଼ୁଦାରମାନଙ୍କର ବିଭିନ୍ନ ପ୍ରମୁଖ ଦାବି ପୂରଣ ନେଇ ରାଜ୍ୟ ସଂଘ ତରଫରୁ ମାର୍ଚ୍ଚ ୩ ତାରିଖରୁ ଭୁବନେଶ୍ୱରସ୍ଥିତ ଲୋୟର ପିଏମ୍ଜି ରାଜରାସ୍ତାରେ ବିଶାଳ ଗଣଧାରଣା ଦିଆଯାଇଥିଲା ଏବଂ ଏହି ଧାରଣାରେ ୩୦ଗୋଟି ଜିଲ୍ଲାର ୬୭୯୮ ଗ୍ରାମପଞ୍ଚାୟତମାନଙ୍କରେ କାର୍ଯ୍ୟ କରୁଥିବା ଚତୁର୍ଥଶ୍ରେଣୀ କର୍ମଚାରୀମାନେ ମାର୍ଚ୍ଚ ୩ ତାରିଖରୁ ୪ ତାରିଖ ପର୍ଯ୍ୟନ୍ତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟମାନଙ୍କରେ ଅନୁପସ୍ଥିତ ରହି ନିଜର ନ୍ୟାର୍ଯ୍ୟ ଦାବିକୁ ପୂରଣ ନିମନ୍ତେ ସମସ୍ତ କର୍ମଚାରୀ ଏହି ଧାରଣାରେ ସାମିଲ ହୋଇ ରାଜ୍ୟ ସରକାର ରାଜ୍ୟ ପଞ୍ଚାୟତିରାଜ ଦିବସରେ ରାଜ୍ୟ ରାଜକୋଷରୁ ଯଥାସମ୍ଭବ ସରକାରୀ ଅନୁଦାନ ପ୍ରଦାନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶ୍ରୀତୁଣ୍ଡରେ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ଘୋଷଣା ପାଇଁ ଦାବି କରାଯାଇଥିଲା । ମାତ୍ର ମାନ୍ୟବର ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ଓଡ଼ିଶା ସରକାରଙ୍କ ଏହି ଧାରଣା ବିଷୟରେ ଦୃଷ୍ଟିକୁ ନେଇ କର୍ମଚାରୀମାନଙ୍କ ପ୍ରକୃତ ଉଚିତ୍ ପ୍ରାପ୍ୟ ଗ୍ରାମ ପଞ୍ଚାୟତରୁ ପାଉନଥିବା ହୃଦୟଙ୍ଗମ କରି ତାଙ୍କ ଆଦେଶ କ୍ରମେ ଡ଼େଲିଗେଟ୍ରେ ଧାରଣାସ୍ଥଳରୁ ରାଜ୍ୟ କାର୍ଯ୍ୟକାରିଣୀ କମିଟିର ସଦସ୍ୟ ଓଡ଼ିଶା ଗ୍ରାମ ପଞ୍ଚାୟତ କର୍ମଚାରୀ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ସୁବ୍ରତ କୁମାର ରାଉଳଙ୍କ ସହ ରାଜ୍ୟ ସଂଯୋଜକ ଅରୁପାନନ୍ଦ ଡ଼ାକୁଆ, ଶୁକଦେବ ରଣା, ପ୍ରଦୀପ ନାୟକଙ୍କ ଉପସ୍ଥିତିରେ ମାନ୍ୟବର ମନ୍ତ୍ରୀଙ୍କ ସରକାରୀ ବାସଭବନରେ ଆଲୋଚନା କରାଗଲା ଓ ପ୍ରତିଶ୍ରୁତି ଦେଲେ କି ଯଥାସମ୍ଭବ ସରକାରୀ ଅନୁଦାନ ଦେବା ପାଇଁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଓ ସଂଘର ରାଜ୍ୟ ସଭାପତି ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସୀମର ରଞ୍ଜନ ଦାଶ ଓ କମିଟିର ସାଧାରଣ ସମ୍ପାଦକ ସୁବ୍ରତ କୁମାର ରାଉଳଙ୍କ ସହିତ ଏକ କମିଟି ଆଲୋଚନା ହେବା ସହିତ ଖୁବ୍ କମ୍ ଦିନ ମଧ୍ୟରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ଏଣୁ ମାନ୍ୟବର ମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ସମ୍ମାନ ଦେଇ ସଂଘ ତାର ଦେଇଥିବା ଧାରଣାକୁ ପ୍ରତ୍ୟାହାର କରାଗଲା ବୋଲି ରାଜ୍ୟ ସଂଘର କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର ସେନାପତିଙ୍କ ସମେତ ଧାରଣାସ୍ଥଳରେ ଥିବା ସମସ୍ତ ଗ୍ରାମ ପଞ୍ଚାୟତର କର୍ମଚାରୀମାନଙ୍କ ସମ୍ମୁଖରେ ବିବୃତ୍ତି ରଖିଥିଲେ । ଲେଖା ହେବା ବେଳକୁ କମିଟିର ବରିଷ୍ଠ କର୍ମକର୍ତ୍ତାମାନଙ୍କ ମଧ୍ୟରେ ତାରିଣୀ ଚରଣ ଭୂୟାଁ, ଅର୍ଜୁନ ରଣା, ଚନ୍ଦ୍ରମଣି ରଣା, ଭୁବାନନ୍ଦ କଅଁର, ସନ୍ୟାସୀ ଧୋବି, ରାକେଶ ମହାପାତ୍ର, ଗୋପୀନାଥ ଭୋଇ, ହରିହର ଜେନା, ବିନୋଦ ପ୍ରଧାନ, ବଂଶୀଧର ବିଶ୍ୱାଳ, ହରେକୃଷ୍ଣ ନାୟକ, ଲଳିତ ପାରି, ଲାଲ ବାବୁ ବଗର୍ତ୍ତି, ସନାତନ ପ୍ରଧାନ, ବସନ୍ତ କୁମାର ସେନାପତି, ହେମନ୍ତ ହଂସ, ଦୁଃଖିଶ୍ୟାମ ବେହେରା, ବେଣୁଧର ମହରଣା, ଗୋପୀନାଥ ସାହୁ, ନିରଞ୍ଜନ ସାହୁ, କାମେଶ୍ୱର ରାଓ, ରମାକାନ୍ତ ବେହେରା, ସର୍ବେଶ୍ୱର ଖଣ୍ଡୁଆଳ, ନିରାକାର ଜେନା, ପ୍ରମୋଦ କୁମାର ରାଉତ, ପଟେଲ ମହନ୍ତ, ପ୍ରକାଶ ମଲ୍ଲିକ, ବଳରାମ ଚୁଆଣ, ଦୁର୍ଯ୍ୟୋଧନ ମହାପାତ୍ର, ଅଭିମନ୍ୟୁ ଦେହୁରୀ ଓ ସନ୍ତୋଷ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।