ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ବଦଳି

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକର ଜଣେ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅନ୍ୟ ବ୍ଲକକୁ ବଦଳି କରାଯାଇଥିବା ବେଳେ ଅନ୍ୟ ବ୍ଲକରୁ ଜଣେ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ବନ୍ତ ବ୍ଲକକୁ ବଦଳି ହୋଇଥିବା ସୂଚନା ମିଳିଛି । ଭଦ୍ରକ ଜିଲା ପଞ୍ଚାୟତ କାର୍ଯ୍ୟାଳୟ ଚିଠି ନଂ-୪୯୨/ତା-୧୦-୧୧-୨୦ ଅନୁଯାୟୀ ୧୩ ଜଣ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କର ବଦଳି ଆଦେଶ ହୋଇଛି । ସେଥିମଧ୍ୟରୁ ବନ୍ତ ବ୍ଲକରେ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନାରାୟଣ ଚନ୍ଦ୍ର ପଣ୍ଡାଙ୍କୁ ଭଣ୍ଡାରିପୋଖରୀ ବ୍ଲକକୁ ବଦଳି କରାଯାଇଛି । ସେହିପରି ଭଣ୍ଡାରିପୋଖରୀ ବ୍ଲକରେ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୀଲିପ କୁମାର ରାଉତଙ୍କୁ ବନ୍ତ ବ୍ଳକକୁ ବଦଳି କରାଯାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ