ବେଆଇନ ବାଲି ଚାଲାଣ ଛାଡୁଛି ଶେରଗଡ଼ ଧରୁଛି ହିଞ୍ଜିଳି

ଶେରଗଡ଼, (ବିଭୁ ପ୍ରସାଦ ଦାସ): ଶେରଗଡ଼ ତହସିଲ ଅଧିନସ୍ତ ପିତ୍ତଳ ସନ୍ତୋଷପୁର ସର୍କଲର ତହଁର ରୁ ଆଜି ଭୋର ୪ ଟା ବେଳେ ଦୁଇ ଟି ବାଲି ବୋଝେଇ ଟ୍ରାକ୍ଟର କୁ ହିଞ୍ଜିଳି ତହସିଲ ବୁରୁପଡା ସର୍କଲର ରାଜସ୍ୱ ନିରୀକ୍ଷକ ଜବତ କରିଥିବା ବେଳେ ଶେରଗଡ଼ ସନ୍ତୋଷ ପୁର ସର୍କଲର ନିରକ୍ଷକ କେମିତି ଜାଣି ପାରିଲେ ନାହିଁ। ପିତ୍ତଳ ସନ୍ତୋଷ ପୁର ସର୍କଲ ରାଜସ୍ବ ନିରକ୍ଷକ ବିଗତ ଦିନ ରେ ଅନେକ ପଥର ବୋଝେଇ ଟ୍ରାକ୍ଟର କୁ ରାତିଅଧିଆ ଆକ୍ରୋଶ ମୂଳକ ଧରି ଫାଇନ ଆଦାୟ କରୁଥିବା ବେଳେ ବାଲି ଚୋରା ଚାଲାଣ କୁ କିପରି ଜାଣି ପାରୁନାହାନ୍ତି ବୋଲି ସାଧାରଣରେ ଆଲୋଚନା ବିଷୟ ପାଳିଟିଛି । ଶେରଗଡ଼ ତହସିଲ ର ଅନେକ ବାଳିଘାଟ ଲିଜ ଅବଧି ସାରିଯାଇଥିଲେ ମଧ୍ୟ ବେଆଇନ ଭାବେ ରାତାରାତି ବାଲି ଚାଲାଣ ହେଉଥିବା ବେଳେ ତହସିଲ କାର୍ଯ୍ୟାଳୟ ନିରବ ଦ୍ରଷ୍ଟା ସାଜିଥିବାରୁ ତହସିଲଦାର ଓ ରାଜସ୍ୱ ନିରୀକ୍ଷକ ଙ୍କ ଜାଣତରେ ବାଲି ଘାଟ ଚାଲିଥିବା ସାଧାରଣରେଆଲୋଚନା ହେଉଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ