ପଞ୍ଚାୟତ ନିର୍ବାଚନୀ ପ୍ରକ୍ରୀୟା ଆରମ୍ଭ, : ପ୍ରଥମ ଦିନରେ ୭୮ନାମାଙ୍କନ ପତ୍ର ଦାଖଲ
ହାଟଡିହି, (ବିକାଶ ବିଶ୍ୱାଳ) :ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ନିର୍ବାଚନୀ ପ୍ରକ୍ରୀୟା । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ୪ଟି ଜିଲ୍ଲାପରିଷଦ ଜୋନ, ୩୧ଟି ସରପଞ୍ଚ, ୩୧ଟି ସମିତିସଭ୍ୟ ଓ ୪୧୯ଟି ୱାର୍ଡ ସଭ୍ୟସଭ୍ୟା ପାଇଁ ଆସନ୍ତା ୨୦ତାରିଖ ଦିନ ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ଆଜିଠାରୁ ଆସନ୍ତା ୨୧ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲପର୍ବ ଆରମ୍ଭ ହୋଇଛି । । ପ୍ରତି ପଞ୍ଚାୟତ ମାନଙ୍କରେ ୱାର୍ଡସଭ୍ୟ ଓ ସରପଞ୍ଚ ପଦବୀ ପାଇଁ ଫର୍ମ ବିକ୍ରୀ ସହିତ ନାଙ୍କନପତ୍ର ଦାଖଲ ହେବାକୁ ଥିବାବେଳେ ବ୍ଲକ କାର୍ଯ୍ୟାଳୟରେ ସମିତିସଭ୍ୟ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପରିଷଦ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ । ଆଜି ହାଟଡିହି ବ୍ଲକର ବିଭିନ୍ନ ପଞ୍ଚାୟତରୁ ୭୮ଜଣ ନାମାଙ୍କନପତ୍ର ଦାଖଲ କରିତବବା ଜଣାଯାଇଛି । ଆଜି ୧୨ଜଣ ସରପଞ୍ଚ ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ୬ଜଣ ସମିତିସଭ୍ୟ ପଦପାଇଁ ଓ ୬୦ଜଣ ୱାର୍ଡସଭ୍ୟ ସଭ୍ୟା ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଆମ୍ବୋ ପଞ୍ଚାୟତରେ ଜଣେ, ବଡରମ୍ପାସ, ଡଅଁର, ବାଙ୍ଗୋର, ବଞ୍ଚୋ, ଶାସଙ୍ଗ, ଧନୁର୍ଜୟପୁର, ହାଟଡିହି, ଇଞ୍ଚୋଳ, ଓରାଳି, ଶାଳଣିଆଁ, ପଢ଼ିଆରିପଲ୍ଲୀ ଆଦି ପଞ୍ଚାୟତ ମାନଙ୍କରେ ଜଣେ ଲେଖାଏଁ ପ୍ରାର୍ଥୀ ସରପଞ୍ଚ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଇଞ୍ଚୋଳ ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ସଶ୍ମିତା ପାତ୍ର ନାମାଙ୍କନପତ୍ର ଦାଖଲ କରିଛନ୍ତି । ଚଳିତ ନିର୍ବାଚନରେ କୋଭିଡ କଟକଣାକୁ ଜୋରଦାର ଭାବେ ଲାଗୁ କରାଯାଇଥିବାରୁ ପ୍ରାର୍ଥୀମାନେ ବିନା ଶୋଭାଯାତ୍ରାରେ ନିଜ ନିଜର ସମର୍ଥକ ଓ ପ୍ରସ୍ତାବକଙ୍କ ସହିତ ଆସି ନାମାଙ୍କନପତ୍ର ଦାଖଲ କରୁଥିବା ଦେଖିବାକୁ ମିଳିଛି ।