ପଞ୍ଚାୟତ ନିର୍ବାଚନ ପୂର୍ବରୁ ତିର୍ତ୍ତୋଲ କଂଗ୍ରେସର ମିଶ୍ରଣ ପର୍ବ

ତିର୍ତ୍ତୋଲ (ଅଭିଷେକ ତ୍ରିପାଠୀ) :- ଆଜି ତିର୍ତ୍ତୋଲ ବ୍ଲକ କଂଗ୍ରେସ କମିଟି ତରଫରୁ ବିରିତୋଳ ଠାରେ ବ୍ଲକ କଂଗ୍ରେସ ସଭାପତି ନିହାର ରଞ୍ଜନ ନାୟକଙ୍କ ନେତୃତ୍ୱରେ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଯାଇଛି । ପିସିସି କାର୍ଯ୍ୟକାରି ସଭାପତି ଚିରଞ୍ଜିବୀ ବିଶ୍ୱାଳ ଓ ତିର୍ତ୍ତୋଲ କଂଗ୍ରେସ ନେତା ଇଂ ହିମାଂଶୁ ଭୂଷଣ ମଲ୍ଲିକଙ୍କ ବଳିଷ୍ଠ ଯୁବ ନେତୃତ୍ୱରେ ଆସ୍ଥା ପ୍ରକଟ କରି ବିରିତୋଳ ପଞ୍ଚାୟତର ସରପଞ୍ଚ ତଥା ପୂର୍ବତନ ତିର୍ତ୍ତୋଲ ବ୍ଲକ ସମିତି ଉପାଧ୍ୟକ୍ଷା ରୁକସାନା ବେଗମ୍, ଯୁବ ନେତା ସେକ୍ ଲତିଫ ଉଦ୍ଦିନ୍ ( ମାମା), ସେକ୍ ସବିର ଅଲ୍ଲୀ, ରୋସନ ଅଲ୍ଲୀ, ସୁଲତାନ ଅଲ୍ଲୀ,ଧୀରେନ୍ଦ୍ର ବିଶ୍ୱାଳ, ସେକ୍ ଅଖତର ଅଲ୍ଲୀ, ସେକ୍ ତାହିର ଅଲ୍ଲୀ, ପ୍ରଫୁଲ୍ଲ କୁମାର ଜେନା, ରିଗୁନ୍ ଖାନ୍ ବିଜେପି ଦଳ ପରିତ୍ୟାଗ କରି କଂଗ୍ରେସରେ ଯୋଗଦାନ କରିଛନ୍ତି । ଏହି ମିଶ୍ରଣ ପର୍ବରେ ବ୍ଲକ କଂଗ୍ରେସ ଉପସଭାପତି ଅଶ୍ବିନୀ ସ୍ୱାଇଁ, ତିର୍ତ୍ତୋଲ ଯୁବ କଂଗ୍ରେସ ସଭାପତି ବେଦଦ୍ଯୁତି ପୃଷ୍ଟି, ଜିଲ୍ଲା କଂଗ୍ରେସ ସମ୍ପାଦିକା ଅନୁଷୟା ପ୍ରଧାନ, ବ୍ଲକ କଂଗ୍ରେସ କୋଷାଧ୍ୟକ୍ଷ ନିରଞ୍ଜନ ମୁଦୁଲି, ବରିଷ୍ଠ କଂଗ୍ରେସ ନେତା ସେକ୍ ଅକତର ଅଲ୍ଲୀ, ପ୍ରକାଶ ସାସମଲ ପ୍ରମୁଖ ଉପସ୍ଥିତ ରହି କଂଗ୍ରେସ ଦଳରେ ଯୋଗ ଦେଇଥିବା ସମସ୍ତ ନୂତନ କର୍ମୀମାନଙ୍କୁ ସ୍ୱାଗତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ