ପଞ୍ଚାୟତ ନିର୍ବାଚନ ପୂର୍ବରୁ ସୁରକ୍ଷା ନେଇ ରଣନୀତି ପ୍ରସ୍ତୁତି

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-ଓଡ଼ିଶା ପୁଲିସ୍‍ ଡିଜି କନ୍ଧମାଳ ଜିଲ୍ଲା ଗସ୍ତରେ ଆସିଥିଲେ। ଆଉ ଦିନ କେଇଟା ପରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଦକ୍ଷିଣାଞ୍ଚଳ ଓ ପଶ୍ଚିମାଞ୍ଚଳ ପୁଲିସ ରେଞ୍ଜରେ ମାଓ ହିଂସା ଦେଖିବାକୁ ମିଳିଛି। ତେଣୁ ଏହି ଦୁଇ ରେଞ୍ଜର ମାଓ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବାକୁ ଡିଜିଙ୍କ ଏହି ଗସ୍ତ ରହିଥିଲା । ତେବେ ଦାୟିତ୍ୱ ନେବା ପରେ ଡିଜି ସୁନୀଲ ବଂଶଲ୍‍ଙ୍କ ଏହା ପ୍ରଥମ କନ୍ଧମାଳ ଗସ୍ତ ଥିଲା । ଶୁକ୍ରବାର ଡିଜି ସୁନୀଲ୍‍ ବଂଶଲ୍‍ ଫୁଲବାଣୀ ଠାରେ ପହଞ୍ଚିବା ପରେ ଦକ୍ଷିଣାଞ୍ଚଳ ଓ ପଶ୍ଚିମାଞ୍ଚଳ ରେଞ୍ଜର ୧୦ ଜିଲ୍ଲାର ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି। ମାଓ ହିଂସାରେ ଜର୍ଜରିତ କନ୍ଧମାଳ ଜିଲ୍ଲା ସହ ଅନ୍ୟ ଜିଲ୍ଲାର ସୁରକ୍ଷା ବ୍ୟବସ୍ଥା ଓ ନିର୍ବାଚନ ସୁରକ୍ଷାକୁ ନେଇ ସରଜମିନ ତଦନ୍ତ କରିଛନ୍ତି । ଏହି ଅବରସରେ ସେ ମାଓ ଦମନ ପାଇଁ ସ୍ୱତନ୍ତ୍ର ରଣନୀତି କରାଯାଇଛି ବୋଲି କହିଥିଲେ । ମାଓ ଅଞ୍ଚଳରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି ସୂଚନା ଦେଇଛନ୍ତି ଡିଜିପି । ଡିଜି ସୁନୀଲ ବଂଶଲ କନ୍ଧମାଳ ଗ୍ରସ୍ତକରି ଶୁକ୍ରବାର ପୂର୍ବାହ୍ନରେ ହେଲିପ୍ୟାଡ୍‍ ଯୋଗେ ଆସି ଫୁଲବାଣୀ ରିଜର୍ଭ ପଡ଼ିଆରେ ଓହ୍ଲାଇଥିଲେ । ପରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ମାଓ ଦମନ ଉପରେ ସମୀକ୍ଷା କରିଥିଲେ । ଏହି ବୈଠକରେ ଦକ୍ଷିଣାଞ୍ଚଳ ଡିଆଇଜି ଓ ପଶ୍ଚିମଞ୍ଚଳ ଡିଆଇଜି ଯୋଗ ଦେବା ସହ ମାଓ ଅଧ୍ୟୁଷିତ ଜିଲ୍ଲାର ୫ ଏସ୍‍ପି ସାମିଲ ଥିଲେ।ଏହି ୫ ଜିଲ୍ଲାରେ ମାଓ ଦମନ କିପରି କରାଯିବ ସେ ନେଇ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯିବା ସହ ମାଓବାଦୀ ମାନେ ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ କହିଛନ୍ତି ଡିଜି । ସେପଟେ ମାଓପ୍ରବଣ ଅଞ୍ଚଳରେ ପଞ୍ଚୟତ ନିର୍ବାଚନ କିଭଳି ସ୍ୱଚ୍ଛ ଓ ଅବାଧ ହେବ ତାହା ଉପରେ ବିଶେଷ ଦୃଷ୍ଟି ଦିଆଯାଇଥିବା କହିଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ। ଏହି ସମୀକ୍ଷା ବୈଠକରେ ଡିଜିଙ୍କ ସମତେ ଡାଇରେକ୍ଟର ଅଫ୍‍ ଇଣ୍ଟଲିଜେନ୍ସ ଲଳିତ ଦାସ, ଡିଜି ଏସ୍‍ଏପି ମନୋଜ ଛାବ୍ରା, ଆଇଜି ଅପରେସନ ଅମିତାଭ ଠାକୁର, ଡିଆଇଜି ଏସ୍‍ଆଇଡବ୍ଲ୍ୟୁ ଅନିରୁଧ ସିଂ, ଆଇଜି ବିଏସ୍‍ଏଫ୍‍ଏସ୍‍.ବୁଦ୍ଧ କୋଟି, ଆଇଜି ବ୍ରହ୍ମପୁର ସତ୍ୟବ୍ରତ ଭୋଇ, ଆଇଜି ସମ୍ୱଲପୁର ଦୀପକ କୁମାରଙ୍କ ସମତେ ମାଓ ପ୍ରବଣ ଅଞ୍ଚଳର ୫ ଏସପି ଜଣେ ଏସ୍‍ଡିପିଓ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ