ପଞ୍ଚାୟତ ସମିତିର ଏକାଦଶ ତମ ସାଧାରଣ ବୈଠକ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ପଞ୍ଚାୟତ ସମିତିର ଏକାଦଶ ତମ ସାଧାରଣ ବୈଠକ ରବିବାର ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟ ସଭାକକ୍ଷ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନାଙ୍କ ତତ୍ବାବଧାନରେ ଆୟୋଜିତ ବୈଠକରେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ ସଭାପତିତ୍ୱ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ପ୍ରତିନିଧି ସୁରେନ୍ଦ୍ରନାଥ ପ୍ରଧାନ, ବ୍ଳକ ଉପାଧ୍ୟକ୍ଷ ଗିତାଞ୍ଜଳି ପଣ୍ଡା, ତହସିଲଦାର ପ୍ରଭାତ କୁମାର ପରିଡ଼ା, ଏବିଡ଼ିଓ ଅରୁଣ କୁମାର ପ୍ରଧାନ, ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ । ବିଡ଼ିଓ ଶ୍ରୀ ଜେନା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଗ୍ରାମ ପଞ୍ଚାୟତ ଅଧିକାରୀ ପ୍ରଶାନ୍ତ କୁମାର ରଥ ପୂର୍ବ ବୈଠକର ବିବରଣୀ ପଠନ ସହ ଏହାର ଦୃଢୀକରଣ କରିଥିଲେ । ସ୍ଥାନୀୟ କୃଷି ବିଭାଗ ପକ୍ଷରୁ ମିନିକିଟ, ପ୍ରଦର୍ଶନୀ କ୍ଷେତ୍ର ପରିଦର୍ଶନ, ସାର ବଣ୍ଟନ ସହ ୩୩୨ହେକ୍ଟର ଜମିରେ ବର୍ତ୍ତମାନ ସୁଦ୍ଧା ଧାନ ରୁଆ କାର୍ଯ୍ୟ ଶେଷ ହୋଇଛି।ବର୍ଷା ଅଭାବ ଯୋଗୁଁ ଅବଶିଷ୍ଟ ଜମିରେ ଧାନ ରୁଆ କାର୍ଯ୍ୟ ସମ୍ପନ୍ନ ହେବ ବୋଲି ସହକାରୀ କୃଷି ଅଧିକାରୀ ଅମର ପ୍ରସାଦ ସାହୁ ଆଶା ବ୍ୟକ୍ତ କରିଥିଲେ।ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତର ସ୍ୱୟଂବୁ ଶେଖର ରାୟ ତୃତୀୟ ଲହର ସକାଶେ ସତର୍କତା ଅବଲମ୍ବନ କରିବା ପାଇଁ ମତ ପ୍ରକାଶ କରିଥିଲେ।ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଅଧିକରୁ ଅଧିକ କ୍ଷେତ ପୋଖରୀ ଖନନ ଉପରେ ବିଭାଗୀୟ ଅଧିକାରୀସୂଚନା ଦେଇଥିଲେ।ବର୍ତ୍ତମାନ ସୁଦ୍ଧା ବସୁଧା ଯୋଜନାରେ ବ୍ଳକ ର ୫୧ ଟି ଗ୍ରାମରେ ପାନୀୟ ଜଳଯୋଗାଣ କାର୍ଯ୍ୟ ଶେଷ ହୋଇଛି।ଭାବନ୍ଧ, ଖଣ୍ଡରା, ଦୁର୍ବନ୍ଧ, ମକରଝୋଳ, ଓ ସାହାପୁର ଗ୍ରାମରେ ଘରକୁ ପାନୀୟ ଜଳର ସଂଯୋଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଥିବା ଅଧିକାରୀ କହିଥିଲେ।ରାସନ କାର୍ଡ ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀ ଙ୍କ ତାଲିକା ସରକାରଙ୍କ ପକ୍ଷରୁ ଟାର୍ଗେଟ ନିର୍ଦ୍ଦେଶ ମୁତାବକ ପ୍ରଦାନ କରିବା ପାଇଁ ବିଭାଗୀୟ ଅଧିକାରୀ କହିଥିଲେ।ସାମାଜିକ ସୁରକ୍ଷା ଯୋଜନା ଅନୁଯାୟୀ ବ୍ଳକର ୧୨ହଜାର ୬୮୪ ଜଣ ହିତାଧିକାରୀଙ୍କୁ ମାସିକ ଭତ୍ତା ପ୍ରଦାନ କରାଯାଇଛି।ଉପ ଜିଲ୍ଲାପାଳ ଙ୍କ ମଞ୍ଜୁର ସକାଶେ ୨୩୩ ଜଣ ଆବେଦନକାରୀ ପତ୍ର ପଠା ଯାଇଛି ଏବଂ ୮୦୦/୯୦୦ ହିତାଧିକାରୀଙ୍କ ଭତ୍ତା ସକାଶେ ଜିଲ୍ଲା ଓ ରାଜ୍ୟ ପ୍ରଶାସନକୁ ଅନୁରୋଧ କରାଯାଇଛି ବୋଲି ବିଭାଗୀୟ ଅଧିକାରୀ କହିଥିଲେ।ମନରେଗା ଯୋଜନାରେ ବର୍ତ୍ତମାନ ସୁଦ୍ଧା ୭ ଲକ୍ଷ ଶ୍ରମ ଦିବସ ସୃଷ୍ଟି ହୋଇଛି।ଆଗାମୀ ୬ ମାସ ମଧ୍ୟରେ ଅଧିକ ୭ ଲକ୍ଷ ଶ୍ରମ ଦିବସ ସକାଶେ ଲକ୍ଷ୍ୟ ରଖା ଯାଇଛି ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ।ସରକାରଙ୍କ ପକ୍ଷରୁ ଟାର୍ଗେଟ ଆସିଲେ ଆବାସ ଯୋଜନାରେ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଓ ବିଜୁ ପକ୍କା ଘର ଯୋଜନା ଅନୁଯାୟୀ ଆବାସ ଗୃହ ପ୍ରଦାନ ଲକ୍ଷ୍ୟ ରହିଛି ବୋଲି ବିଭାଗୀୟ ଅଧିକାରୀ କହିଥିଲେ।ପଞ୍ଚାୟତ ସମିତିକୁ ଗ୍ରାମ ପଞ୍ଚାୟତ ରାସ୍ତା ନିର୍ମାଣ କାର୍ଯ୍ୟ ସକାଶେ ଗ୍ରାମ୍ୟ ଉନ୍ନୟନ ବିଭାଗ କୁ ହସ୍ତାନ୍ତର କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା।ଙ୍କବ୍ଳକର ବିଭିନ୍ନ ପଞ୍ଚାୟତର ସମସ୍ୟା, ଉନ୍ନୟନ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟର ତଦାରଖ କରିବା ସହ ପ୍ରଶାସନିକ ଅଧିକାରୀ ମାନେ ଜନ ପ୍ରତିନିଧି ମାନଙ୍କ ସହ ଉତ୍ତମ ବୁଝାମଣା ଓ ସମ୍ବନ୍ନୟ ରକ୍ଷା କଲେ ରାଜ୍ୟ ସରକାରଙ୍କ ସମସ୍ତ ଜନହିତକର ଯୋଜନା ଗୁଡ଼ିକ ଜନସାଧାରଣଙ୍କ ନିକଟରେ ପହଞ୍ଚି ପାରିବ ବୋଲି ଗୁରୁତ୍ୱାରୋପ କରାଯାଇ ଥିଲା । ଉକ୍ତ ବୈଠକରେ ଆତ୍ମା ଅଧ୍ୟକ୍ଷ ଏ ସୁଦର୍ଶନ, ଜିଲ୍ଲା ପରିଷଦ ସଭ୍ୟ ଦୁର୍ଗାମାଧବ ମହାନ୍ତି, ଅଜିତ କୁମାର ପାତ୍ର, ଆରତି ମହାନ୍ତି, ସମିତି ସଭ୍ୟ ରାମଚନ୍ଦ୍ର ସାହୁ, ସରପଞ୍ଚ ଭାଣ୍ଡି ରବିନ୍ଦ୍ର, ସୁଧାଂଶୁ ଶେଖର ସାହୁ, ବ୍ରହ୍ମପୁର ଜଳସମ୍ପଦ ବିଭାଗୀୟ ଯନ୍ତ୍ରୀ ବେଣୁଗୋପାଳ ବେହେରା, ସ୍ଥାନୀୟ ଜଳସମ୍ପଦ ଏସଡ଼ିଓ ସନ୍ତୋଷ କୁମାର ଚୌଧୁରୀ, ରାସ୍ତା ଓ କୋଠାବାଡ଼ି ବିଭାଗୀୟ ସହକାରୀ ଯନ୍ତ୍ରୀ ଉମାଚରଣ ପାଢି, ବନବିଭାଗ ବନପାଳ ଏନ. ବାଲାଜି, ଜଳସେଚନ ସହକାରୀ ଯନ୍ତ୍ରୀ, ଟାଙ୍ଗଣାପଲ୍ଲୀ ଜଗନ୍ନାଥ ଦାଶ, ଜଳ ସମ୍ପଦ ବିଭାଗୀୟ ସହକାରୀ ଯନ୍ତ୍ରୀ ପରମାନନ୍ଦ ସାହୁ, କନିଷ୍ଠ ଯନ୍ତ୍ରୀ ଅରୁଣ କୁମାର ପଟ୍ଟନାୟକ, ବିଦ୍ୟୁତ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ଦାଶ, ସହକାରୀ ମତ୍ସ ଅଧକାରୀ ସୁରେନ୍ଦ୍ର କୁମାର କାଣ୍ଡି, ହିସାବ ରକ୍ଷକ ଦିବ୍ୟସିଂହ ନାୟକ, ଯୋଗାଣ ସହାୟକ ପୁରଞ୍ଜୟ ସାହୁ, ସହକାରୀ କୃଷି ଅଧିକାରୀ ଅମର ପ୍ରସାଦ ସାହୁ, ଡ଼ବ୍ଳ୍ୟୁଇଓ ବସନ୍ତ କୁମାର ତରାଇ, ଗ୍ରାମ୍ୟ ଜଳ ଓ ପରିମଲ ବିଭାଗୀୟ ସହକାରୀ ଯନ୍ତ୍ରୀ ରବିନ୍ଦ୍ର ନାୟକ, କନିଷ୍ଠଯନ୍ତ୍ରୀ ପ୍ରସନ ଦଳାଇଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ ଓ ବିଭିନ୍ନ ଲାଇନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।


