ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଅନସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ପଦକ୍ଷେପ ପାଇଁ ଜିଲ୍ଲାପାଳ ଦେଲେ ପ୍ରତିଶ୍ରୁତି    

                              

                                                                            

 ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦକୁ ନେଇ ଗତ ୪ ମାସ ହେଲା ଲାଗି ରହିଥିବା ରାଜନୈତିକ ଛକାପଞ୍ଝା ଏବେ ଅନ୍ତ ଘଟିବ ବୋଲି ସୂଚନା ମିଳିଛି । ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ ବିରୋଧରେ ଅଣାଯାଇଥିବା ଅନସ୍ଥା ପ୍ରସ୍ତାବ କାର୍ଯ୍ୟରେ ପ୍ରଶାସନ ପକ୍ଷରୁ ବିଳମ୍ବ ପନ୍ଥାକୁ ତ୍ରାନ୍ିତ କରାଯିବ ବୋଲି ଶନିବାର ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପଞ୍ଚାୟତ ପ୍ରତିନିଧିମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଆଜି ପୁରୁଷୋତ୍ତମପୁର ବ୍ଲକ ଉପାଧ୍ୟକ୍ଷା ବବିତା ରାଉଳଙ୍କ ନେତୃତ୍ରେ ୩୦ ରୁ ଅଧିକା ସମିତିସଭ୍ୟ ଓ ସରପଞ୍ଚ ଜିଲ୍ଲାପାଳଙ୍କୁ ସାକ୍ଷତ କରି ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅଣାଯାଇଥିବା ଅନସ୍ଥା ପ୍ରସ୍ତାବ ଉପରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଥିଲେ । ନଚେତ ସମୂହ ପଞ୍ଚାୟତ ପ୍ରତିନିଧିମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଥିଲେ । ଜିଲ୍ଲାପାଳ ସେମାନଙ୍କୁ ଆଶ୍ସନା ଦେଇ କହିଥିଲେ ତୁରନ୍ତ ଅର୍ଥାତ୍ ଆସନ୍ତା ୨୨ କିମ୍ବା ୨୩ ତାରିଖ ସୁଦ୍ଧା ଏଦିଗରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ମିଳିବା ପରେ ପଞ୍ଚାୟତ ପ୍ରତିନିଧିମାନେ ଉତ୍ସାହ ଦେଖାଦେଇଥିଲା । ଗତ ୪ ମାସ ହେଲା ଏହି ପଦକୁ ନେଇ ଯେଉଁ ରାଜନୈତିକ ବାତାବରଣ ଦେଖାଦେଉଥିଲା ତାହା ବର୍ତ୍ତମାନ ବିରତି ମିଳିବାର ରହିଛି । ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ଉପରେ ସଂପୂର୍ଣ୍ଣ ଭରସା ରହିଛି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଚ୍ଛ ଶାସନ ମଧ୍ୟରେ ଆମ୍ଭେ ସମସ୍ତ ବିଜୁ ଜନତା ଦଳର ପଞ୍ଚାୟତ ପ୍ରତିନିଧି ଆମ ପାଇଁ ଏ ସରକାର ନିଶ୍ଚିତ ଭାବେ ସୁପଦକ୍ଷେପ ନେବ ବୋଲି ଆଶା ପ୍ରକଟ କରୁଅଛୁ । ବ୍ଲକ ଅଧ୍ୟକ୍ଷଙ୍କ କାର୍ଯ୍ୟକଳାପରୁ ଅବଶ୍ୟ ଏଥର ମୁକ୍ତି ମିଳିବ । ଆସନ୍ତାଦିନରେ ଆମକୁ ଗୁରୁତ୍ ଦେବା ଭଳି ବ୍ୟକ୍ତିଙ୍କୁ ବ୍ଲକ ଅଧ୍ୟକ୍ଷ ଆସନରେ ବସାଇ ପାରିବା ବୋଲି ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପୁରୁଷୋତ୍ତପୁର ବ୍ଲକର ବହୁ ସରପଞ୍ଚ ଓ ସମିତିସଭ୍ୟଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ଗତବର୍ଷ ଅକ୍ଟୋବର ୨୫ ତାରିଖରେ ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ପରେ ଏକ ମାସ ପରେ ସେ ତାଙ୍କରି ଅଧ୍ୟକ୍ଷ ପଦକୁ ଫେରି ପାଇଥିଲେ । ଏଥିରେ ପୁରୁଷୋତ୍ତମପୁର ପଞ୍ଚାୟତ ପ୍ରତିନିଧିଙ୍କୁ ଏକ ବଡ ରାଜନୈତିକ ଝଟକା ଲାଗିଥିଲା । ସହମତି ଭିତ୍ତିରେ ଅଧ୍ୟକ୍ଷ ଆସନ ଦଖଲ ଉଦ୍ୟମ ଫସର ଫାଟିବା ପରେ ପଞ୍ଚାୟତ ପ୍ରତିନିଧି ଅନସ୍ଥା ପ୍ରସ୍ତାବ ଆଣିବା ପାଇଁ ବାଧ୍ୟ ହୋଇଛନ୍ତି । ଅନସ୍ଥା ପ୍ରସ୍ତାବର ପ୍ରଥମ ପାହଚରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଞ୍ଚାୟତ ସମିତିର ୪୮ ଜଣ ସମିତିସଭ୍ୟ ଓ ସରପଞ୍ଚଙ୍କ ଦସ୍ତଖତ ଯାଞ୍ଚ ପ୍ରକ୍ରିୟା ଡିସେମ୍ବର ମାସରୁ ଶେଷ କରିଥିଲେ ସୁଦ୍ଧା ଆଗକୁ ବଢିବାର ନାନେଉନଥିଲେ । ବାରମ୍ବାର ପଞ୍ଚାୟତ ପ୍ରତିନିଧି ଉପଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଦପ୍ତରକୁ ଧାଇଁ ଧାଇଁ ନିରାଶ ହୋଇଥିଲେ । ଶେଷରେ ପଞ୍ଚାୟତ ପ୍ରତିନିଧିମାନେ ଓଡିଶା ଉଚ୍ଚ ନ୍ୟାୟଳୟର ଆଶ୍ରୟ ନେଇଥିଲେ । ଗଲାମାସ ୧୬ ତାରିଖରେ ମାନ୍ୟବର ଉଚ୍ଚ ନ୍ୟାୟଳୟ ତୁରନ୍ତ ଏହା ଉପରେ ପଦକ୍ଷେପ ନେବାକୁ ଛତ୍ରପୁର ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଜାରି କରିଥିଲେ । ଏହାପରେ ମଧ୍ୟ ଏହି ପଞ୍ଚାୟତ ପ୍ରତିନିଧିମାନଙ୍କୁ ଜିଲ୍ଲା ପ୍ରଶାସନର ଦ୍ାରସ୍ଥ ହେବାକୁ ପଡିଥିଲା । ଶେଷରେ ଆଜି ଏହି କ୍ଷେତ୍ରରେ ଜିଲ୍ଲାପାଳଙ୍କ ଠାରୁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ମିଳିଛି ବୋଲି ବ୍ଲକ ଉପାଧ୍ୟକ୍ଷା ଶ୍ରୀମତି ରାଉଳଙ୍କ ସମେତ ଅନ୍ୟାନ୍ୟ ପଞ୍ଚାୟତ ପ୍ରତିନିଧିମାନେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ