ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ ପୁର୍ନଗଠନ: ରଶ୍ମିତା ସଭାନେତ୍ରୀ, ଗୈାରୀ ସମ୍ପାଦିକା
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବ୍ଲକ ବଡମାଧପୁର ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ ପୁର୍ନଗଠନ କରାଯାଇ କର୍ମକର୍ତ୍ତା ଚୟନ କରାଯାଇଛି । ସଭାନେତ୍ରୀ ଭାବେ ରଶ୍ମିତା ପ୍ରଧାନ, ସଂପାଦିକା ଭାବେ ଏସ୍ ଗୈାରୀ ରେଡ୍ଡୀ, କୋଷାଧ୍ୟକ୍ଷା ଭାବେ ଜି.ତାରା ରେଡ୍ଡୀ, ଉପ ସଭାନେତ୍ରୀ ଭାବେ ଏସ୍. ସୁଶାନ୍ତି ରେଡ୍ଡୀ, ଯୁଗ୍ମ ସଂପାଦିକା ଭାବେ ଲକ୍ଷ୍ମୀ ସାହୁ ମନୋନୀତ ହୋଇଛନ୍ତି । ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଥାନୀୟ ସରପଞ୍ଚ ଅର୍ଚ୍ଚନା କୁମାରୀ ସେଠୀ ସ୍ବାଗତ କରିଥିଲେ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାରୀ ସଶକ୍ତିକରଣକୁ ତ୍ୱରାନ୍ୱିତ କରିବା ସହ ପଞ୍ଚାୟତର ବିକାଶ ମୂଳକ କାର୍ଯ୍ୟ ଏବଂ ମା ମାନଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ କାମ କରିବାରେ ସମସ୍ତେ ସହଯୋଗ କରି କାମ କରିବାକୁ ବ୍ଲକ ଉପାଧ୍ୟକ୍ଷା ସାଡି ଶାରଦା ରେଡ୍ଡୀ କହିଥିଲେ।ଆୟୋଜିତ ବୈଠକରେ ଏବିଡିଓ ଜୟଶ୍ରୀ ନାୟକ, ଜିପିଓ ଅଶୋକ ଦାସ, ଓଡିଶା ଜୀବିକା ମିଶନର ବିପିସି ସନାତନ ସାହୁ, ବି.ପି.ଏମ୍ ମାନିନୀ ଜେନା, ଏମ.ବି.କେ ସମେତ ସମସ୍ତ ସି.ଆର.ପି, ସି.ଏମ୍ ଓ ଇ.ସି ସଦସ୍ୟା ମାନେ ଉପସ୍ଥିତ ଥିଲେ ।