ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଉଦଯାପିତ, ଯୋଗଦେଲେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ

କରଞ୍ଜିଆ, (ଜିତେନ୍ଦ୍ର ରାଜ):ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଠାରେ ଚାଲିଥବା ଆମ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମର ପଞ୍ଚାୟତସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି । ଗତ ୨ ତାରିଖ ରୁ ମିରିଗିନେଣ୍ଡି ପଞ୍ଚାୟତ ରୁ ଏହା ଆରମ୍ଭ ହୋଇଥିଲା ଆଜି ରସମତଳା ପଞ୍ଚାୟତ ଠାରେ ଏହା ଉଦଯାପିତ ହୋଇଯାଇଛି ଏଥିରେ କରଞ୍ଜିଆ ବ୍ଲକ୍ ଅଞ୍ଚଳର ଓ ରସମତଳାପଞ୍ଚାୟତ ର ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମକୁ ନେଇ ଏଲ୍‌ଇଡି ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ରାଜ୍ୟ ମହିଳା ଓ ଶିଶୁଵିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ସଂମ୍ମାନିତ ଅତିଥି ରୂପେ ବ୍ଲକ ଅଧକ୍ଷା ସୁଭଦ୍ରା ମାରାଣ୍ଡି ସମ୍ମାନିତ ଅତିଥିଭାବେ ଉପାଧ୍ୟକ୍ଷ ଛତିଶ ନାଏକ,ବିଡ଼ିଓ ସୁଶାନ୍ତ କୁମାର ସୁତାର, ସରପଞ୍ଚ ଚାରୁଲତା ନାୟକ,ନିଟିମା ସୟ, ଧବଳେଶ୍ୱର ନାଏକ,ବ୍ଲକ ସହକାରୀ ଯନ୍ତ୍ରୀ ଇମିତିଆଜ ଅଲ୍ଲୀ,କେରକେରା ସମିତି ସଭ୍ୟ ଜୁଆଲ ମୁଣ୍ଡା,ବଳା ସରପଞ୍ଚ ସ୍ମିତା ନାଏକ,କୁଳିପୋଷି ସରପଞ୍ଚ ସୁକୁମତୀ ସର୍ଦାର, ସୌଦାମିନୀ ନାଏକ,ଗୁରୁଚନ୍ଦ୍ର ନାଏକ,କାମଳ କୁମାର ନାଏକ,ବୀରେନ୍ଦ୍ର ନାଏକ ଙ୍କ ସହିତ ବ୍ଲକର ସମସ୍ତ ସରପଞ୍ଚ ଉପସ୍ଥିତ ଥିଲ ଏହି ଅବସରରେ କାର୍ଯ୍ୟକ୍ରମ ଗୁଡିକୁ ଜନସାଧାରଣ ଙ୍କ ନିକଟରେ ପଞ୍ଚାଇବାରେ ସହଯୋଗ କରୁଥିବାରୁ ସାମ୍ବାଦିକ ଜିତେନ୍ଦ୍ର ରାଜ, ସତ୍ୟବ୍ରତ ମିଶ୍ର, ସୁମନ୍ତ ପାତ୍ର, ଦୀନେଶ ଦାସ ଙ୍କୁ ମୁଖ୍ୟଅତିଥି ଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ରାଜ୍ୟ ସରକାର ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ ବିଭିନ୍ନ ଯୋଜନା ଯେପରିକି ଭତ୍ତା, ମମତା ଯୋଜନା ସହାୟତା, ଛାତ୍ରୀ ଛାତ୍ରୀ ଙ୍କ ନିମନ୍ତେ ବୃତ୍ତି, ରାସନ କାର୍ଡ ରେ ୧ ହଜାର ସହାୟତା ଇତ୍ୟାଦି ବିଷୟରେ ଅତିଥି ମାନେ ନିଜ ବକ୍ତବ୍ୟ ମାଧ୍ୟମରେ ଆଲୋକପାତ କରିଥିଲେ ସର୍ବପ୍ରଥମେ ଅତିଥିଙ୍କ ଦ୍ୱାରା ଜଗନ୍ନାଥ ଙ୍କ ଫୋଟଚିତ୍ର ରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ ପାଲା ମାଧ୍ୟମରେ ମନୋରଞ୍ଜନ ସହ ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମର ପ୍ରଚାର ହୋଇଥିଲା। ବିଭିନ୍ନ ଆଞ୍ଚଳିକ ନୃତ୍ୟ ସହ ଭଜନ ଓ ଆଧୁନିକ ଗୀତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ୧ ହଜାରରୁ ଉର୍ଦୁ ଏମମ୍ବିକେ, ସିଆରପି, ଏସ୍ଏଚଜି ଗ୍ରୁପ ମହିଳା ଓ ସହ ସାଧାରଣ ଲୋକେ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ