ପଞ୍ଚେଇଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ପୋଲିସ କର୍ମଚାରୀ

ନିମାପଡ଼ା,(ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ବ୍ଲକ ଲତାହରଣ ଗ୍ରାମ ର ପଞ୍ଚେଇ ଦେଇ ଅତ୍ୟନ୍ତ ନିଃସହାୟ ଓ ଗରିବ।ଆଜି ବି ସେ ନୁଆଁଣିଆ ଝାଟି ମାଟି ଚାଳ ଘରେ ରହି ଆସୁଛନ୍ତି। ୨ ବର୍ଷ ତଳେ ତାଙ୍କ ସ୍ୱାମୀ ଜଳେନ୍ଦ୍ର ମଲ୍ଲିକ ଯିଏ ଜଣେ ଦିନମଜୁରିଆ ଥିଲେ ତାଙ୍କର ଦେହାନ୍ତ ହୋଇଥିଲା।ଘରେ ଏକମାତ୍ର ରୋଜଗାରିଆ ପୁଅ ପ୍ରଫୁଲ୍ଲ ମଲ୍ଲିକ ଦାଦନ ଖଟିବାକୁ ଯାଇଥିଲେ ହାଇଦ୍ରାବାଦ ସହର। ସେଠି ଏକ ଦୁର୍ଘଟଣା ର ଶିକାର ହୋଇ ପ୍ରଫୁଲ୍ଲ ଙ୍କୁ ବ୍ରେନ ଷ୍ଟ୍ରୋକ ହୋଇଥିଲା। ଏଥିପାଇଁ ସେ ପକ୍ଷାଘାତ ପୀଡ଼ିତ ହୋଇ ଦୀର୍ଘ ୧୨ ବର୍ଷ ଘରେ ପଡି ଜୀବନ ସହିତ ସଂଗ୍ରାମ କରି ପରିଶେଷରେ ଡିସେମ୍ବର ୩ ତାରିଖ ରେ ମୃତ୍ୟୁବରଣ କରିଥିଲେ । ସ୍ଵାମୀ ଆଉ ଏକମାତ୍ର ପୁଅ କୁ ହରାଇ ଏତେ ବଡ଼ ସଂସାର ରେ ପଞ୍ଚେଇ ଏକୁଟିଆ ହୋଇଯାଇଛନ୍ତି। କିପରି ନିଜ ପୁଅ ର ଅନ୍ତେଷ୍ଟିକ୍ରିୟା କରିବେ ତାକୁ ନେଇ ଦୁଃଖ ରେ ଭାଙ୍ଗି ପଡ଼ିଥିଲେ ଆଉ ସେଥିପାଇଁ ଗ୍ରାମ ର ଦୁଆର ଦୁଆର ବୁଲି ଭିକ୍ଷା ମାଗୁଥିଲେ ଆଉ ପୁଅ ର ସୁଧଘର କିପରି ହେବ ହାତ ପତେଇ ଲୁହ ଭିଜା ଆଖିରେ କାକୁତି ମିନତୀ ହେଇଥିଲେ ।ଏ ସମ୍ପର୍କ ରେ ବିଭିନ୍ନ ସୋସିଆଲ ମିଡ଼ିଆ ରେ ଖବର ପ୍ରସାରଣ ପରେ ପଞ୍ଚେଇ ଙ୍କ ପ୍ରତି ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ହାତ ବଢ଼େଇଛନ୍ତି ।ସବୁଠୁ ଆନନ୍ଦ ର ବିଷୟ ଭୁବନେଶ୍ୱର କମିଶନରେଟ ପୋଲିସ ର ଜଣେ ହାବିଲଦାର ହୃଷିକେଶ ନାୟକ ଆଜି ଲତାହରଣ ଗ୍ରାମ ରେ ପହଞ୍ଚି ପଞ୍ଚେଇ ଙ୍କୁ ସାହାଯ୍ୟ ସହଯୋଗ ର ହାତ ବଢାଇଛନ୍ତି। ଶ୍ରୀ ନାୟକ ପୋଲିସ ବିଭାଗ ରେ ଚାକିରି କରିଛନ୍ତି ସତ କିନ୍ତୁ ହୃଦୟ ରେ ରହିଛି ତାଙ୍କର ଗରିବ ଙ୍କ ପ୍ରତି ଅନେକ ଭଲପାଇବା। ଯାହା ଆଜି ଏଠାରେ ଦେଖିବାକୁ ମିଳିଥିଲା ।ପଞ୍ଚେଇ ଙ୍କ ପୁଅ ର ଶୁଦ୍ଧିକ୍ରିୟା ପାଇଁ ହୃଷୀକେଶ ୧୦୦ ଲୋକ ଙ୍କୁ ଆପ୍ରାୟିତ କରିବା ଭଳି ରାସନ ସାମଗ୍ରୀ, ପନିପରିବା, ପଞ୍ଚେଇ ଙ୍କ ପାଇଁ ନୂଆ ଲୁଗା ଓ କିଛି ଅର୍ଥ ପଞ୍ଚେଇ ଙ୍କୁ ପ୍ରଦାନ କରିଥିଲେ।
ହୃଷିକେଶ ଙ୍କ ଏହି ମହନୀୟ କାର୍ଯ୍ୟ କୁ ସବୁ ମହଲ ରେ ସ୍ବାଗତ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ