ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଯୁବ ମ୍ୟାନେଜରଙ୍କ ଅକାଳ ବିୟୋଗ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ରାରକେଲାର ଉଦିତନଗର ଶାଖା ପରିଚାଳକ ଶାରଦା ପ୍ରସନ୍ନ ବେହେରାଙ୍କର ଗତକାଲି ସୋମବାର ସକାଳେ ତାଙ୍କ କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ବଡବାରଙ୍ଗସ୍ଥିତ ବାସଭବନରେ ହୃଦଘାତରେ ପରଲୋକ ହୋଇଯାଇଛି । ସେ ମାତ୍ର ଦୁଇଦିନ ପୂର୍ବରୁ ଘରକୁ ବୁଲି ଆସିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୪ବର୍ଷ ବୟସ ହୋଇଥିଲା । ତାଙ୍କର ଏକମାତ୍ର ୯ମାସର ଶିଶୁପୁତ୍ର ଅଛନ୍ତି । ସ୍ୱର୍ଗତ ବେହେରାଙ୍କ ପିତା ଫକିରମୋହନ ବେହେରା ଜଣେ ଅବସରପ୍ରାପ୍ତ ଷ୍ଟେଟ୍ ବ୍ୟାଙ୍କ ଅଧିକାରୀ । ତାଙ୍କ ବିୟୋଗରେ କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଂଘ ସାଧାରଣ ସମ୍ପାଦକ ଗଣେଶ୍ୱର ମେକାପ ଗଭୀର ଶୋକ ପ୍ରକାଶ କରି ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି । ତାଙ୍କ ପରିବାରର ଏହି ଦାରୁଣ ବିପତ୍ତି ସମୟରେ ଭଗବାନଙ୍କ ଆଶ୍ରର୍ବାଦ କାମନା କରି ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ଶ୍ରୀ ମେକାପ ।