ପଟ୍ଟଚିତ୍ର ମାଧ୍ୟମରେ କରୋନା ସଚେତନତା ର ବାର୍ତା
କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ଥାନା ଅଧୀନସ୍ଥ ବନଖଣ୍ଡ ଗ୍ରାମ ପଞ୍ଚାୟତ ର ବାଣିଲୋ ଗ୍ରାମ ର ଆଶିଷ କୁମାର ଦାସ ପଟ୍ଟଚିତ୍ର ମାଧ୍ୟମରେ କରୋନା ମହାମାରୀ ରୁ ରକ୍ଷା ପାଇବା ପାଇଁ ସଚେତନତା ର ବାର୍ତ୍ତା ପଟ୍ଟଚିତ୍ର ମାଧ୍ୟମରେ ପ୍ରକାଶ କରିଛନ୍ତି। ଖବରରୁ ପ୍ରକାଶ ଯେ ବାଣିଲୋ ଗ୍ରାମ ର ଏହି ଯୁଵକ ଦୀର୍ଘ ୧୪ ଵର୍ଷ ଧରି ଭୁବନେଶ୍ଵର ଓଲ୍ଡ ଟାଉନ୍ ଠାରେ ପଟ୍ଟଚିତ୍ର ମାଧ୍ୟମରେ ସମାଜ କୁ ଵିଭିନ୍ନ ସଚେତନତା ର ବାର୍ତା ଛିଂଚନ କରି ସମାଜ ସେବା ଅବ୍ୟହାତ ରଖିଛନ୍ତି। ସଂପ୍ରତି ଵିଶ୍ଵ ରେ କରୋନା ମହାମାରୀ କାୟା ବିସ୍ତାର କରିଥିବା ଵେଳେ କୋଣାର୍କ ଥାନା ଅଧୀନସ୍ଥ ଵାଣିଲୋ ଗ୍ରାମ ର ଯୁଵକ ଆଶିଷ ଭଗବାନ ବିଷ୍ଣୁ ଙ୍କ ତୃତୀୟ ଅଵତାର ବରାହ ଚିତ୍ର ରେ କୋଭିଡ ୧୯ କରୋନା ମହାମାରୀ ର ଯୋଦ୍ଧା ପୋଲିସ କର୍ମଚାରୀ, ସଫେଈ କର୍ମଚାରୀ, ମିଡିଆ ପ୍ରତିନିଧି, ଡାକ୍ତର ,ସ୍ଵାସ୍ଥ୍ୟ କର୍ମୀ ଓ ପାରାମେଡିକାଲ ଷ୍ଟାପ ଙ୍କ କରୋନା ମୁକାବିଲା ବିଷୟରେ ଚିତ୍ର ଆଙ୍କି ସଚେତନତା ସୃଷ୍ଟି କରିଛନ୍ତି। ଯେଉଁ ଥିରେ ଆଇନ ମାନି ଚଳିବା ର ଵାର୍ତା ଵହନ କରୁଛି। ଭଗବାନ ବିଷ୍ଣୁ ଙ୍କ ତୃତୀୟ ଅବତାର ହିରଣାକ୍ଷ କୁ ଵଧ କରି ସଂସାରକୁ ରକ୍ଷା କରି ସତ୍ୟ ର ଧ୍ବଜା ଉଡାଇଥିଲେ ସେହିପରି କରୋନା ମହାମାରୀ ରୁ ଜନସାଧାରଣ ଙ୍କୁ ଉଧାର କରିଵା ପାଇଁ ଭଗବାନ ବିଷ୍ଣୁ ଅବତାରୀ ପୁରୁଷ ଭାଵେ ଧରା ରେ ଅବତୀର୍ଣ୍ଣ ହୋଇ ଏହି ମହା ଵିପତି ରୁ ରକ୍ଷା କରିଵେ ଏହି ପଟ୍ଟଚିତ୍ର ମାଧ୍ୟମରେ ପଟ୍ଟ ଶିଳ୍ପୀ ଆଶିଷ କୁମାର ଦାସ ନିଖୁଣ ଭାବରେ ଚିତ୍ରିତ କରିଛନ୍ତି।