ପଟ୍ଟାମୁଣ୍ଡାଇ ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲ କର୍ମଚାରୀ ଫେରାର ଥାଇ ଉପସ୍ତାନରେ ସ୍ୱାକ୍ଷର କରୁଥିବା ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲର କର୍ମଚାରୀ ମନୋଜ କୁମାର ରାଉତଙ୍କ ନାମରେ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ପଞ୍ଜିକୃତ ହୋଇ ତାଙ୍କୁ ପୋଲିସ ଗିରଫ କରିବାକୁ ଖୋଜୁଥିବା ବେଳେ ସେ କିଭଳି ସ୍କୁଲର କର୍ମଚାରୀ ଉପସ୍ଥାନରେ ଦୈନିକ ସ୍ୱାକ୍ଷର କରୁଛନ୍ତି ସେ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବେଲତଳ ଗ୍ରାମର ଚନ୍ଦ୍ରଶେଖର ରାଉତଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ରାଉତ ପଟ୍ଟାମୁଣ୍ଡାଇ ଥାନାରେ ଦେଇଥିବା ଏତଲା ଅନୁଯାଇ ଗତ ୧୮.୦୯.୨୦୨୧ରିଖରେ ତାଙ୍କ ଶ୍ୱଶୁର ସର୍ବେଶ୍ୱର ରାଉତ ଏବଂ ଦିଅର ମନୋଜ କୁମାର ରାଉତ ଜମିବାଡି ଝମେଲାକୁ ନେଇ ତାଙ୍କ ସ୍ୱାମୀ ଚନ୍ଦ୍ରଶେଖରଙ୍କୁ ଗାଳିଗୁଲଜ କରିବା, ମାଡମାରିବା ସହ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ । ସ୍ୱାମୀଙ୍କ ଜୀବନ ବଞ୍ଚାଇବାକୁ ଯାଇ ଲକ୍ଷ୍ମୀପ୍ରିୟା ପଡୋଶୀଙ୍କୁ ଡାକପକାଇବାରେ ଦିଅର ମନୋଜ ତାଙ୍କ ଇଜ୍ଜତ ନେବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଛି । ଏସମ୍ପର୍କରେ ଲକ୍ଷ୍ମୀପ୍ରିୟାଙ୍କ ଅଭିଯୋଗକୁ ଭିତ୍ତିକରି ପଟ୍ଟାମୁଣ୍ଡାଇ ଥାନାରେ ଥାନା କେଶ ନମ୍ବର – ୬୩୯/୨୧ରେ ଆଇପିସିର ଧାରା ୨୯୪, ୩୨୩, ୩୨୫, ୩୦୭, ୩୫୪, ୩୪୧ ଓ ୩୪ଦଫାରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ମନୋଜଙ୍କୁ ଗିରଫ କରିବାକୁ ଖୋଜି ପାଉନଥିବା ବେଳେ ସେ କିଭଳି ସ୍କୁଲରେ ଦୈନିକ ଉପସ୍ଥିତ ଥିବାର ସ୍କୁଲ ଉପସ୍ଥାନ ଖାତାରେ ସ୍ୱାକ୍ଷର କରି ଦର୍ଶାଉଛନ୍ତି ସେ ସମ୍ପର୍କରେ ବିହୀତ ତଦନ୍ତ କରାଯିବାକୁ ପ୍ରତାପ ପାଢୀ, ସରୋଜ ରଥ, ରାମକୃଷ୍ଣ ପଟ୍ଟନାୟକ, ସରିତା ମଳିକ, ରୀତା ସାହୁ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏଥିସହିତ ଜିଲ୍ଲାପାଳ, ଉଚ୍ଚଶିକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଏସମ୍ପର୍କରେ ଅଭିଯୋଗ ପ୍ରଦାନ କରାଯାଇଥିବା ଅଭିଯୋଗକାରୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ