ପଟ୍ଟାମୁଣ୍ଡାଇ ମହିଳା କଲେଜ ପାଲଟିଛି ଅନୀୟମିତତାର ଗନ୍ତାଘର
କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ) – ଜିଲ୍ଲାର ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟଟି ଗୁରୁତ୍ତର ଅନୀୟମିତତା ପାଇଁ ସାରା ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କଲେଜରେ ଜଣେ କିରାଣିଙ୍କୁ ଦୁଇ ଦୁଇ ଥର ନିଯୁକ୍ତି ପ୍ରଦାନ କରାଯିବା ଓ ସେ ଦୁଇ ଦୁଇ ଥର କଲେଜରେ ଯୋଗଦାନ କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ତଦନାନ୍ତୀନ କଲେଜ ଅଧ୍ୟକ୍ଷଙ୍କ ସନ୍ଦେହଜନକ କାର୍ଯ୍ୟକଳାପ ଯୋଗୁଁ କଲେଜର ଅନେକ କ୍ଷତି ହୋଇଥିବା ବେଳେ ଆବଶ୍ୟକତା ଠାରୁ ବହୁ ଅଧିକ ଷ୍ଟାଫ କଲେଜରେ ନିଯୁକ୍ତି କରି ଗୁରୁତ୍ତର ଅନୀୟମିତତା କରିଥିବା ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟର ତତକାଳୀନ ଅଧ୍ୟକ୍ଷ ଗତ ୨୦୧୩ମସିହା ଡିସେମ୍ବର ମାସ ୨୧ତାରିଖରେ ଅଫିସ ଅର୍ଡର ନମ୍ବର – ୪୬୫ରେ ବେଲତଳ ଗ୍ରାମର ସଞ୍ଜୟ କୁମାର ପଣ୍ଡା ନାମକ ବ୍ୟକ୍ତିଙ୍କୁ କନିଷ୍ଠ କିରାଣି ପଦବୀରେ ଅସ୍ଥାଇ ଭାବେ ନିଯୁକ୍ତି ପ୍ରଦାନ କରିଥିଲେ ଯାହା ଶ୍ରୀ ପଣ୍ଡାଙ୍କୁ ମେମୋ ନମ୍ବର -୪୬୬(୧) ତା ୨୧.୧୨.୨୦୧୩ରେ ଜଣାଇ ଦିଆଇଥିଲା । ସେହି ନିର୍ଦେଶ ଅନୁଯାଇ ଶ୍ରୀ ପଣ୍ଡା ୨୦୧୩ ମସିହା ଡିସେମ୍ବରମାସ ୨୧ ତିରିଖରେ କଲେଜରେ ଯୋଗଦାନ କରିଥିବା ବେଳେ ତା ୨୩.୧୨.୨୦୧୩ରିଖର ବିବାହିତ ଏବଂ ଏକମାତ୍ର ପତ୍ନୀ ସହିତ ବାସକରନ୍ତି ବୋଲି ଆଫିଡେଭିଟ ଓ ପଟ୍ଟାମୁଣ୍ଡାଇ ସ.ିଏଚ.ସି.ରୁ ମେଡିକାଲ ଫିଟ ସାର୍ଟିଫିକେଟ କଲେଜରେ ଦାଖଲ କରିଥିଲେ । କିନ୍ତୁ ପୁନର୍ବାର ଶ୍ରୀ ପଣ୍ଡା ୨୦୧୨ ମସିହା ଜୁଲାଇମାସ ୧୬ତାରିଖରେ ଅଫିସ ଅର୍ଡର ନମ୍ବର ୨୨୪(୧) ତା ୭.୭.୨୦୧୨ରିଖ ଅନୁଯାଇ ପଟ୍ଟାମୁଣ୍ଡାଇ ମହିଳା କଲେଜରେ କନିଷ୍ଠ କିରାଣି ପଦରେ ଯୋଗଦାନ କରିଛନ୍ତି ବୋଲି ଏକ ମିଥ୍ୟା ଯୋଗଦାନ ରିପୋର୍ଟ କଲେଜରେ ରଖାଯାଇଛି । କିନ୍ତୁ ଏହି ଯୋଗଦାନ ରିପୋର୍ଟ ସହିତ ଆଫିଡେଭିଟ ଓ ମେଡିକାଲ ଫିଟ ସାର୍ଟିଫିକେଟ ପ୍ରଦାନ କରିଥିବାର କୈାଣସି ରେକର୍ଡ ସେହି କଲେଜରେ ନଥିବା ଅଭିଯୋଗ ହୋଇଛି । ଏତଦଭିନ୍ନ କନିଷ୍ଠ କିରାଣି ଶ୍ରୀ ପଣ୍ଡାଙ୍କୁ ନିଯୁକ୍ତି ଦିଆଇଛି ବୋଲି କଲେଜ ପରିଚାଳନା କମିଟିର ଗତ ତା ୨୫.୦୭.୨୦୧୨ରିଖ ଅଧିବେସନରେ ଉଲ୍ଲେଖ କରାଯାଇଛି । ଏଠାରେ ପ୍ରଶ୍ନ ଉଠେ ଯେ ଶ୍ରୀ ପଣ୍ଡାଙ୍କ ୨୦୧୩ ମସିହା ଡିସେମ୍ବରମାସ ୨୧ ତିରିଖରେ କଲେଜରେ ଯୋଗଦାନ କରିଥିବା ଠିକ ନା ୨୦୧୨ ମସିହା ଜୁଲାଇମାସ ୧୬ତାରିଖ ଯୋଗଦାନ ଠିକ । ଆହୁରି ଅଭିଯୋଗ ହୋଇଛି ଯେ ୨୦୧୨ମସିହା ଜୁଲାଇମାସ ୨୫ତାରିଖ ଅଧିବେସନରେ ସେହି କଲେଜ ପରିଚାଳନା କମିଟି ସଭାପତି ଭାବେ ତତକାଳିନ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ପଣ୍ଡାଙ୍କ ସ୍ୱାକ୍ଷରକୁ ଜାଲ କରାଯାଇଛି । ଏହାଛଡା କଲେଜର କନିଷ୍ଠ କିରାଣୀ ଶ୍ରୀ ପଣ୍ଡାଙ୍କୁ ଗତ ତା ୨୭.୦୮.୨୦୧୪ରିଖରେ ଏକକାଳିନ ୫୬ହଜାର ୪୩୯ଟଙ୍କା ୨୦୧୨ ମସିହା ଜୁଲାଇମାସ ୧୬ତାରିଖ ଠାରୁ ୨୦୧୪ ମସିହା ଜୁନ ୩୦ତାରିଖ ପର୍ଯ୍ୟନ୍ତ ମ୍ୟାନେଜମେଂଟ ଷ୍ଟାଫ ଭାବରେ ପେମେଂଟ କରାଯାଇଛି ଯାହା ଅନ୍ୟମାନଙ୍କ କ୍ଷେତ୍ରରେ ହୋଇନାହିଁ । ଏହିସବୁ ଅଭିଯୋଗର ଉଚ୍ଚ ସ୍ତରୀୟ କିମ୍ବା ଭିଜିଲାନ୍ସ ବିଭାଗ ଦ୍ୱାରା ତଦନ୍ତ କରାଯିବାକୁ ଅଭିଯୋଗକାରୀ ସୁଦାମ ରାଉତ,ନରେଶ ଦାସ,ସୁକାନ୍ତ ଶତପଥୀ,ବିମଳ ଜେନା ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।