ପଣ୍ଡିତ ନୀଳକଣ୍ଠ ଦାଶଙ୍କ ୧୩୮ତମ ଜୟନ୍ତି ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା) : ପଣ୍ଡିୟ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ପରିସରରେ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ, ସୁସାହିତ୍ୟିକ, ରାଷ୍ଟ୍ରନୀତିଜ୍ଞ ତଥା ଓଡିଶା ବିଧାନସଭାର ପୂର୍ବତନ ବାଚଷ୍ପତି ପଣ୍ଡିତ ନୀଳକଣ୍ଠ ଦାଶଙ୍କ ୧୩୮ ତମ ଜୟନ୍ତି ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ରାଜେନ୍ଦ୍ର କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଯୋଗ ଦେଇ ପଣ୍ଡିତ ନୀଳକଣ୍ଠ ଦାଶଙ୍କ ଗୁଣଗାନ କରିବା ସହିତ ଉକ୍ତ ଦିବସର ମହତ୍ୱ ବିଷୟରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ, ଅଧିବକ୍ତା ବ୍ରଜ ମୋହନ ଆଚାର୍ଯ୍ୟ, ବ୍ରହ୍ମପୁର ରେଡିଓ ଷ୍ଟେସନର କଣ୍ଠଶିଳ୍ପୀ ରାମକୃଷ୍ଣ ସାହୁ, ସୁସାହିତ୍ୟିକ ତଥା କବି ପ୍ରଶାନ୍ତ କୁମାର ଶତପଥି, ଆଇନଜିବୀ ରାମଚନ୍ଦ୍ର ବେହେରା, ଡି. ଆଦି ନାରାୟଣ ରେଡ୍ଡୀ ପ୍ରମୁଖ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଉତ୍କଳ ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡଃ ଭି. ରାଜେନ୍ଦ୍ର ରାଜୁ ପ୍ରମୁଖ ଯୋଗ ଦେଇ ଆଜିର ଦିବସ ଉପରେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପଣ୍ଡିତ ନୀଳକଣ୍ଠ ଦାଶଙ୍କ ସ୍ମୃତିକୁ ଉଜ୍ଜିବିତ କରିବା ପାଇଁ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କୃତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟାପକ ସୁର୍ଯ୍ୟ ନାରାୟଣ ଡାକୁଆ, ପ୍ରଦୀପ କୁମାର ପଣ୍ଡା, ରାମ ଚନ୍ଦ୍ର ପୋଇ, ଗଙ୍ଗାଧର ପଣ୍ଡା, ଶୁଭଶ୍ରୀ ଦାଶ, କିରାଣୀ ସନ୍ତୋଷ କୁମାର ଦାଶ, ରାଜେନ୍ଦ୍ର କୁମାର ବେହେରାଙ୍କ ସମେତ ବହୁ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନେ ପରିଚାଳନା କରିଥିବା ବେଳେ ଶେଷରେ ଓଡିଆ ବିଭାଗର ଅଧ୍ୟାପିକା ନିଖିଳା ପ୍ରଭା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ