ପଥଚାରୀଙ୍କୁ ଦହି ସରବତ ବଣ୍ଟନ
ବାଲେଶ୍ୱର, (ସରୋଜ ପଣ୍ଡା):ସାମ୍ପ୍ରତିକ ପ୍ରବଳ ଗ୍ରୀଷ୍କତାପକୁ ଦୃଷ୍ଟିରେ ରଖି ସୋମାଜିକ ସଂଗଠନ ଏସଅ।।ରବି ସ୍ୱସ୍ତିକ ପୋଭର୍ଟି ଫାଉଣ୍ଡେସନ ପକ୍ଷରୁ ସୋମବାର ଜନସାଧାରଣଙ୍କୁ ଦହି ସରବତ ପ୍ରଦାନ କରାଯାଇଛି । ସହରର ଓଟି ରୋଡ଼ ସ୍ଥିତ ରେଞ୍ଜ କଲୋନୀ ନିକଟରେ ଫାଉଣ୍ଡେସନ ପକ୍ଷରୁ ସରବତ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇାଇଛି । ରାସ୍ତାରେ ଯାଉଥିବା ପଥଚାରୀଙ୍କୁ ଦହି ସରବତ ପ୍ରଦାନ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ଅଧ୍ୟକ୍ଷା ସଂଯୁକ୍ତାରାଣୀ ବେହେରାଙ୍କ ସମେତ ଗତିକୃଷ୍ଣ ପାତ୍ର, ରଜତ କୁମାର ବାରିକ, ବିଜୟ ବାରିକ, ସବିତା ମହାନ୍ତି, ଅମିତ ଚାନ୍ଦ, ସୁସ୍ମିତା ପଣ୍ଡା, ରଂଜିତ ପୃଷ୍ଟି, ସଂଜୀତ୍ ଘୋଷ ପ୍ରମୁଖ ଉପସ୍ଥିତ ରହି ପଥଚାରୀଙ୍କୁ ଦହି ସରବତ ବିତରଣ କରିଥିଲେ ।