ପଥରଶିଳ୍ପୀଙ୍କ ଗାଁ କେଶନା ପଥର ଏଠି କଥା କହେ ଶିଳ୍ପୀର ହାତୁଡିର ପାହାର ଓ ନିହାଣ ମୁନରେ
କରଞ୍ଜିଆ,(ଜିତେନ୍ଦ୍ର ରାଜ):କୁହାଯାଏ ଯେ ଯେଉଁ ପଥରଟା ଯେତେ ଅଧିକ ଠକ୍କର୍ ସହି ପାରି ଥାଏ;ସେହି ପଥରଟି ସେତେ ବେଶୀ ସୁନ୍ଦର ଓ ଦାମିକା ଠାକୁର ହୋଇ ପୂଜା ପାଇଥାଏ ।
ଶିଳ୍ପୀ ଆଗରେ ତାର ସ°ପୂର୍ଣ୍ଣ ସମର୍ପଣ ଓ ସ°ପୂର୍ଣ୍ଣ ନିଶ୍ଚଳ ନିଷ୍ଠା-ପୂର୍ଣ୍ଣ ସହଯୋଗ ଥାଏ ବୋଲି ହିଁ ସେ ଆଗାମୀ ଦିନରେ ଗୋଟେ ବହୁମୂଲ୍ୟର ପୂର୍ଣ୍ଣାୟବ କଥା କୁହା ରୂପ ପାଇ ପାରି ଥାଏ
ହଜାର ହଜାର ଲୋକ ତା ସମ୍ମୁଖରେ ନତ ମସ୍ତକ ହୋଇ ଥାଆନ୍ତି; ତାର ଅତୀତର ସ°ଘର୍ଷପୂର୍ଣ୍ଣ ଗାଥା ଓ ତ୍ୟାଗପୂର୍ଣ୍ଣ କାହାଣୀ ପାଇଁ ଏ ହେଉଛି ସେହି କଳା ମୁଗୁନି ପଥରର କାହାଣୀ ।ଯାହାର ଗୋଟେ ବଡ ଗୋଷ୍ଠୀ ଆମ ମୟୂରଭଞ୍ଜ ଜିଲ୍ଲାର ପାଞ୍ଚପିଢ ଉପଖଣ୍ଡ ତଥା ଶୁକୃଳି ବ୍ଲକ୍ ର କେସନା ଗାଁ ରେ ରହିଥିଲେ କିଛି ହୁଡି ଓ ଛୋଟ ପାହାଡ ମାନଙ୍କରେ। ଏହି କେସନା ଗାଁ ହେଉଛି ଆମ ମୟୂରଭଞ୍ଜ ମାଟିର ଅଧିଷ୍ଠାତ୍ରୀ ଦେବୀ ମାଆ କିଚକେଶ୍ବରୀଙ୍କ ଖିଚି° ପୀଠ ଠାରୁ ମାତ୍ର ୪ କିଲୋମିଟର ଦୂର,ଶୁକୃଳି ଠାରୁ ୯ କିମି,ରରୁଆଁ ଠାରୁ ୧୨ କିମି,ଯଶିପୁର ଠାରୁ ୪୨ କିମି,କରଞ୍ଜିଆ ଠାରୁ ୩୨ କିମି ଦୂର,ଠାକୁରମୁଣ୍ଡା ଠାରୁ ୭୦ କିମି,ଭୁବନେଶ୍ୱର ଠାରୁ ୨୫୨ କିମି,କଟକ ଠାରୁ ୨୨୨ କିମି,ଆନନ୍ଦପୁର ଠାରୁ ୧୦୨ କିମି,ବାରିପଦା ଠାରୁ ୧୪୦ କିମି,କେନ୍ଦୁଝର ଠାରୁ ୪୪ କିମି ଦୂର ଓ ଟାଟା ଠାରୁ ୧୩୦ କିମି ଦୂର ଅଟେ । ଏଠି ପଥର ଦେହରେ ହସ ଅଥବା କାନ୍ଦ ଫୁଟାଇ ଦେଇ ପାରୁଥିବା ପଥର ଶିଳ୍ପୀମାନେ ନିଜର ପେଟ ପାଇଁ ଏହି ପଥରକୁ ଖଦେଇ କରି ଗଢି ଦିଅନ୍ତି ଅନେକ ଦିଅଁ ଓ ଦେବତା। ତେବେ ଏଭଳି ଏକ କଠିନତମ ଦିବ୍ୟ କୌଳିକ ବୃତ୍ତିକୁ ଜାବୁଡି ଧରି ବଞ୍ଚାଇ ରଖିଛନ୍ତି ସେହି ମହାନ ପୂର୍ବ ପୁରୁଷଙ୍କର ପରବର୍ତ୍ତୀ ମହାନ ପିଢ଼ି ଓ ବ°ଶଧର ଗଣ । ପୌରାଣିକ ମାନ୍ୟତା ଅନୁସାରେ ଆମ ପାଞ୍ଚପିଢ ଉପଖଣ୍ଡରେ ମହାଭାରତର ପାଞ୍ଚ ପାଣ୍ଡବ ଅଞାତ ବାସରେ କିଛି ଦିନ ମାସ ଏହି ସବୁ ଅଞ୍ଚଳରେ ଥିଲେ ବୋଲି ଲୋକେ ବିଶ୍ୱାସ କରି ଆସୁଥିଲେ ବି ଆଜି ମଧ୍ୟ ଏହି ଅତ୍ୟାଧୁନିକ ଯୁଗରେ ତଥା ଅତି-ବିଞାନ ଯୁଗରେ ବି ଆମର ଏହି ମହାନ ପଥର ଶିଳ୍ପୀ ମାନଙ୍କର କୌଳିକ ବୃତ୍ତିରେ ଲୁଚି ରହିଥିବା ଏହି ମହାନ କଳା ସ°ସୄତି ମଧ୍ୟ ବିଶ୍ବ ଜନ ମାନସରୁ ଆଜି ଯାଏଁ ଗୁପ୍ତରେ ଓ ଅଞାତ ବାସରେ ହିଁ ରହି ଯାଇ ଅଛି । ସେମାନେ ନିଜ ଚେଷ୍ଟାରେ ହିଁ ଏହି ଶିଳ୍ପକାର କାରୁକାର୍ଯ୍ୟ କୌଳିକ ବୃତ୍ତିକୁ ନେଇ ଘର ପରିବାର ଚଳାଇ ଆସୁଥିଲେ ବି ସରକାରଙ୍କ ଦ୍ବାରା ତାହା ଏବେ ଯାଏଁ ଯଥା-ସାଧ୍ୟ ଆପ୍ୟାୟିତ କରାଯାଇ ନାହିଁ ବୋଲି ଏହି ପେଷା ବା ବ୍ୟବସାୟ ତଥା ଏହି ଅଦ୍ଭୁତ କଳାର ପ୍ରଚାର ପ୍ରସାର ନିମନ୍ତେ । ବିନା ସରକାରୀ ପ୍ରତ୍ସାହନରେ ବି ଲୋକ ମୁହଁ ରୁ ଶୁଣା-ଶୁଣି କରି ହିଁ ଏହି ମହାନ କୌଳିକ ବୃତ୍ତିର ସ୍ବୟଂ ସାଧ୍ୟ ପ୍ରଚାର ଦ୍ୱାରା ଜାଣିବା ପରେ ହିଁ ସୁଦୂର ବମ୍ବେ,ଦିଲ୍ଲୀ ଓ ବାଙ୍ଗାଲୋର ଆଦି ସହର ମାନଙ୍କରୁ ମଧ୍ୟ ଲୋକମାନେ ବିଭିନ୍ନ ଦେବାଦେବୀଙ୍କର ମୂର୍ତ୍ତି କିଣିବା ପାଇଁ ଆସିବା ସହିତ ନିଜ ମନ ପସନ୍ଦର ବିଭିନ୍ନ ମହାପୁରୁଷ, ଦେବାଦେବୀ,ସ୍ବାଧୀନତା ସ°ଗ୍ରାମୀ,ଆଦର୍ଶ ବାଦୀ ନେତା,ସମାଜସେବୀ ଓ ଅନ୍ୟାନ୍ୟ ପଥର ତିଆରି ମୂର୍ତ୍ତି ନିମନ୍ତେ ଅଗ୍ରିମ ମୂଲ୍ୟର ଟଙ୍କା ସହ ତାର ଫୋଟ ଦେଇ ଗଲେ ନିର୍ଦ୍ଧାରିତ ସମୟ ମଧ୍ୟରେ ତାହାର ଅବିକଳ ପଥର ମୂର୍ତ୍ତି ପାଇ ପାରୁଛନ୍ତି ଲୋକେ ।
ତେବେ ଏହି ଗାଁ କୁ ଯିବା ପାଇଁ ବ୍ୟକ୍ତିଗତ ଯାନବାହନ ବ୍ୟତୀତ ସରକାରଙ୍କ ତରଫରୁ ସେମିତି କିଛି ବି ସ୍ବତନ୍ତ୍ର ଯୋଗାଯୋଗ ଓ ପରିବହନ ବ୍ୟବସ୍ଥା ନ ଥିବାରୁ ଏହି ମହାନ କାରୁକାର୍ଯ୍ୟ କଳାରେ ଭରପୁର ଶିଳ୍ପୀ ମାନଙ୍କର ମହାନ ଗାଁ ଟି ଆଜିର ସ°ଚାର ଯୁଗରେ ବି ବିଶେଷ କିଛି ଲୋକଲୋଚନକୁ ଆସି ପାରି ନାହିଁ ବା ଆସି ପାରୁ ନାହିଁ। ତେବେ ଏହି କେସନା ଗାଁର ପଥର ଶିଳ୍ପକୁ ପ୍ରଚାର ପ୍ରସାର କରାଇ ପାରିଲେ ସେଠିକାର ପଥରଶିଳ୍ପର ଉନ୍ନତି ହେବା ସହିତ ପଥର ଶିଳ୍ପୀମାନଙ୍କର ବହୁ ପରିଶ୍ରମର ମୂଲ୍ୟ ଓ ପଥର ଖୋଦେଇ କଳାର କଳାକାର ମାନେ ଉଚିତ୍ ମୂଲ୍ୟ ପାଇ ପାରନ୍ତେ। ଏହାର ଏକ ସ୍ବତନ୍ତ୍ର ୱେବସାଇଟ କରି ସରକାରୀ ସ୍ତରରେ ଏହାର ପ୍ରଚାର ଓ ପ୍ରସାର କରାଗଲେ ଓ ପାଞ୍ଚପିଢ ଉପଖଣ୍ଡର ସଦର କରଞ୍ଜିଆଠାରେ ଓ ଜିଲ୍ଲାର ମୁଖ୍ୟାଳୟ ବାରିପଦାଠାରେ ସରକାରଙ୍କ ଦ୍ବାରା ଗୋଟେ ଗୋଟେ ବିକ୍ରୟ କେନ୍ଦ୍ର ଯୋଗାଇ ଦିଆଗଲେ;ଏହି ପଥର ଶିଳ୍ପୀ ମାନେ ନିଜ ଦ୍ରବ୍ୟର ଉଚିତ୍ ମୂଲ୍ୟ ପାଇ ପାରନ୍ତେ ଓ ଅଧିକ ଲୋକଲୋଚନକୁ ଆସି କ୍ରମଶଃ ବିଶ୍ବ ଦରବାରରେ ସେମାନେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ସ୍ବତଃସ୍ଫୁର୍ତ୍ତ ଭାବରେ ଆମ ଅଞ୍ଚଳର ମଧ୍ୟ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି ହୋଇ ପାରନ୍ତା।