ହିଞ୍ଜିଳିରେ ଭାରତ ବନ୍ଦର ପ୍ରଭାବଶୂନ୍ୟ

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ) : କେନ୍ଦ୍ର ସରକାରଙ୍କ ଶ୍ରମିକ, କର୍ମଚାରୀ , ଶିକ୍ଷକ ମାରଣ ନୀତିକୁ ବିରୋଧ କରାଯିବା ସହ ଦରଦାମ ବୃଦ୍ଧି ପ୍ରଭୃତି ସମସ୍ୟାକୁ ନେଇ ବୁଧବାର କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ମିଳିତ ମଂଚ ସମେତ ବାମପନ୍ଥୀ ଦଳ ୨୪ ଘଂଟିଆ ବନ୍ଦ ଓ ହରତାଳ ଡ଼ାକରା ଦେଇଥିଲେ । ସମଗ୍ର ଭାରତ ବର୍ଷରେ ବନ୍ଦ ଡ଼ାକରା ଦିଆଯାଇଥିବା ବେଳେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଂଜିଳିକାଟୁରେ ବନ୍ଦ ଡ଼ାକରା ପ୍ରଭାବଶୂନ୍ୟ ହୋଇଥିବା ଦେଖିବାକୁ ମିଳିଥିଲ । କୌଣସି ରାଜନୈତିକ ଦଳ ପକ୍ଷରୁ ସହରର କୌଣସି ସ୍ଥାନରେ ପିକେଟିଂ କରାଯାଇନଥିଲା । ଗାଡ଼ି ମୋଟର ବନ୍ଦ ରହିଥିବା ବେଳେ ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ଡ଼ାକଘର ସମେତ ସମସ୍ତ ବ୍ୟବସାୟିକ ଅନୁଷ୍ଠାନ ଖୋଲା ରହିଥିବାର ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ