ପଦାରୁଖାରେ ଆବାସ ଯୋଜନା ଘରକୁ ଭାଙ୍ଗିଦେଲେ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ପଦାରୁଖା ଗ୍ରାମରେ ଜମିବାଡି ବିବାଦକୁ ନେଇ ଜଣେ ବ୍ୟକ୍ତିଙ୍କ ଆବାସ ଯୋଜନା ଘରକୁ ପ୍ରତିପକ୍ଷମାନେ ଭାଙ୍ଗି ଦେଇଥିବା ସୋସୋ ଥାନାରେ ଅଭିଯୋଗ ହୋଇଛି । ଅଖଜି ନାୟକଙ୍କ ଅଭିଯୋଗ ଅନୁଯାଇ ସେମାନେ ତାଙ୍କ ନିଜ ପଟ୍ଟାଭୁକ୍ତ ଜମିରେ ଆବାସ ଯୋଜନାରେ ଘର ନିର୍ମାଣ କରୁଥିବାବେଳେ ସେହି ଗ୍ରାମର ବିଶ୍ୱନାଥ ସ୍ୱାଇଁ, ଜଗନ୍ନାଥ ସ୍ୱାଇଁ, ଆନନ୍ଦ ସ୍ୱାଇଁ, ରୁଦ୍ର ସ୍ୱାଇଁ, ବାବୁ ମହାନ୍ତି, ରେପା ମୁର୍ମୁ ପ୍ରମୁଖ ଶାବଳ, ଲୁହାରଡ ଧରି ପହଞ୍ଚି ଏହା ଆମ ଯାଗା , ଏଠାରେ ଘର କରିପାରିବ ନାହିଁ ବୋଲି କହି ଘରକୁ ଭାଙ୍ଗିଦେଇଥିଲେ । ଅଖଜିଙ୍କ ପରିବାର ଲୋକେ ଏହାର ବିରୋଧ କରିବାରୁ ସେମାନଙ୍କୁ ଆକ୍ରମଣ କରିବା ସହିତ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଏନେଇ ଅଖଜି ସୋସୋ ଥାନାରେ ଅଭିଯୋଗ କରିବାପରେ ସୋସୋ ଥାନା ପୁଲିସ ଥାନା କେସନଂ ୧୩୭/୨୦୨୩ରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।