ପଦ୍ମବିଭୂଷଣ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ବାସ ଭବନରୁ ମୃତ୍ତିକା ସଂଗ୍ରହ

ଭୁବନେଶ୍ଵର, (ଯୁଗାବ୍ଦ ନ୍ୟୁଜ):ରେଭେନ୍ସା ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠିତ ଇଷ୍ଟ ହଷ୍ଟେଲ ଏହାର ଶତବାର୍ଷିକୀ ପାଳନ କରୁଛି । ଏହି ଐତିହାସିକ ଉସବରେ ଇଷ୍ଟ ହଷ୍ଟେଲ ଆଲୁମିନି ଆସୋସିଏସନ ଏବଂ ଏହାର ଅନ୍ତେବାସୀମାନଙ୍କ ଦ୍ଵାରା ଅନେକ ସୃଜନଶୀଳ ପଦକ୍ଷେପ ନିଆଯାଇଛି । ଏହିପରି ଏକ କାର୍ଯ୍ୟକ୍ରମ ହେଉଛି “ସ୍ମୃତିର ଷଠିଘର “। ଛାତ୍ରବାସର ପୂର୍ବତନ ତଥା ବର୍ତ୍ତମାନର ଅନ୍ତେବାସୀମାନଙ୍କୁ ଯୋଡ଼ିବାର ଏହି ଅଭିନବ ପ୍ରୟାସର ଆୟମାରମ୍ଭ ହୋଇଛି । ଏହି ବିଭାଗରେ ପୂର୍ବତନ ତଥା ବର୍ତ୍ତମାନର ଅନ୍ତେବାସୀମାନଙ୍କ ଏକ ଦଳ ଆଜି ପୂର୍ବାହ୍ନରେ ଓଡିଶା ତଥା ବିଶ୍ଵପ୍ରସିଦ୍ଧ ସାହିତ୍ୟିକ , କବି ,ଲେଖକ , ଗାଳ୍ପିକ ତଥା ନାଟ୍ୟକାର ପଦ୍ମଭୂଷଣ ଏବଂ ସାହିତ୍ୟ ଏକାଡେମୀ ସମ୍ମାନିତ କବି ସ୍ଵର୍ଗତ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଏନ୍ତୁଡିଶାଳ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଅନ୍ତର୍ଗତ ବିଶ୍ଵନାଥପୁର ସ୍ଥିତ ବାସଭବନ ପରିଦର୍ଶନ କରିଥିଲେ । ସ୍ଵର୍ଗତ ପାଣିଗ୍ରାହୀଙ୍କ କାଳଜୟୀ ରଚନା “କେଉଁ ନାମ ଧରି ଡାକିବି ତୁମକୁ ତୁମେ ଯେ ସର୍ବ ନାମ “ ର ସେହି ପଂକ୍ତି ଉଚ୍ଚାରଣ କରି ତାଙ୍କର ସ୍ମୃତିକୁ ମନେପକାଇ ତାଙ୍କ ପବିତ୍ର ଜନ୍ମଭୂମି ପୂଜନ ସହ ମୃତ୍ତିକା ସଂଗ୍ରହ କରିଥିଲେ । ସଂଗୃହିତ ମୃତ୍ତିକା ବ୍ୟବହାର କରି ପୂର୍ବ ଛାତ୍ରବାସ ପ୍ରାଙ୍ଗଣରେ ଏକ ସ୍ମୃତିସ୍ତମ୍ଭ ସ୍ଥାପନା ସହ ସ୍ମୃତିବୃକ୍ଷ ରୋପଣ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରକ୍ରିୟାରେ ପୂର୍ବ ଛାତ୍ରବାସର ପୂର୍ବତନ ଅନ୍ୟ ବିଶିଷ୍ଟ ଅନ୍ତେବାସୀମାନଙ୍କ ଜନ୍ମଭୂମିରୁ ମୃତ୍ତିକା ସଂଗ୍ରହ ଅଭିଯାନ ଜାରି ରହିବ । ଏହି ଐତିହାସିକ ମୃତ୍ତିକା ସଂଗ୍ରହ ଅଭିଯାନରେ ପୂର୍ବ ଛାତ୍ରବାସର ପୂର୍ବତନ ଅନ୍ତେବାସୀ ତଥା ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୃତ୍ତିକା ସଂଗ୍ରହ ପରିପ୍ରେକ୍ଷୀରେ ଏଠାରେ ଭୂମି ପୂଜନ ପୂର୍ବକ ସ୍ଵର୍ଗତ ପାଣିଗ୍ରାହୀଙ୍କ ସ୍ମୃତିରେ ପ୍ରଦୀପ ପ୍ରଜ୍ଜଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଅନ୍ତୋବାସୀ ଶଶାଙ୍କ ଶେଖର ରାଉତ , ଶୁଭ୍ରାଂଶୁ ମିଶ୍ର ,ସନ୍ତୋଷ ସେଠୀ , ଅମିତ ସାହୁ , ସୁମ୍ରିତ ଶୁଭ୍ରମାନ ବିଶ୍ଵାଳ (ମଣ୍ଟି), ଦିବ୍ୟ ରଞ୍ଜନ ଦୀପ,ଉମେଶ ଗଡ ନାୟକ, ଆଶିଷ ଚୌଧରୀ, ଇଷ୍ଟ ଆଲୁମିନି ଆସୋସିଏସନର ସାଧାରଣ ସମ୍ପାଦକ ପ୍ରତାପ ମହାନ୍ତି , ବିତ୍ତ ସମ୍ପାଦକ ସ୍ଵାଗତ ମେହେର ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । “ସ୍ମୃତିର ଷଠିଘର “କାର୍ଯ୍ୟକ୍ରମର ତତ୍ତ୍ଵାବଧାରକ ସମ୍ବିତ ତ୍ରିପାଠୀ, ବର୍ତ୍ତମାନର ଅନ୍ତେବାସୀ ଶ୍ରୀ ସିପୁନ କୁମାର ସାହୁ , ସ୍ଵସ୍ତିକ ଆର୍ଯ୍ୟ , ହୃଦୟ ରଞ୍ଜନ ସେଠୀ , ଶିଶିର କୁମାର ବିଶ୍ଵାଳ , ଆଶୀର୍ବାଦ ପାଣ୍ଡେ, ଗୌରବ ମଲ୍ଲିକ,ମିତଲ ବେହେରା,ମନୋରଞ୍ଜନ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ