ପଦ୍ମଲୋଚନ ରାଉତଙ୍କୁ ଶିକ୍ଷା ରତ୍ନ ଆୱାର୍ଡରେ ସମ୍ମାନୀତ
ରାଇରଙ୍ଗପୁର , (ଯୁଗାବ୍ଦ ନ୍ୟୁଜ) :ମାଲକାନଗିରି ଜିଲ୍ଲାର ବାଲିମେଳାସ୍ଥିତ ଗୋବପନ୍ଧୁ ଡିଗ୍ରୀ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ବିଶିଷ୍ଟ ଗବେଷକ ପଦ୍ମଲୋଚନ ରାଉତଙ୍କୁ ମୁମ୍ବାଇସ୍ଥିତ ମନୁଷ୍ୟବଳ ବିକାଶ ଲୋକସେବା ଟ୍ରଷ୍ଟ ପକ୍ଷରୁ ଚଳିତ ବର୍ଷ ରଷ୍ଟ୍ରୀୟ ଶିକ୍ଷା ରତ୍ନ ଆୱାର୍ଡ -୨୦୧୯ ପ୍ରଦାନ କରାଯାଉଛି । ମୁମ୍ବାଇ ବିଧାନ ସୌଧ ନିକଟସ୍ଥ ଯଶୋବନ୍ତ ରାଓ ସେଣ୍ଟରରେ ଆୟୋଜିତ ଗ୍ଲୋବାଲ ଟିଚରସ କନ୍ଫରେନ୍ସରେ ମୁଖ୍ୟ ଅତିଥୀ ଭାବେ ସମାଜସେବୀ ପଦ୍ମଶ୍ରୀ ଡ. ଭିଦ୍ରା କୁମାର ସାହା ,ମରାଠା କବି ରମେଶ ଆନନ୍ଦ , ଶିକ୍ଷାବିତ ଅଶୋକାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉତ୍ସବରେ ଡ. ରାଉତଙ୍କୁ ସ୍ୱତନ୍ତ୍ର ମାନପତ୍ର , ଟ୍ରଫି ଓ ଅଙ୍ଗବସ୍ତ୍ର ଆଦି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟ ସମେତ ପଡୋଶୀ ଦେଶ ନେପାଳରୁ ମଧ୍ୟ ବହୁ ଶିକ୍ଷକ ଯୋଗଦେଇଥିଲେ । ଟ୍ରଷ୍ଟର ପୁରୀ କମିଟି ଦ୍ୱାରା ଡ. ରାଉତଙ୍କ ସାମଗ୍ରିକ ସାରସ୍ୱତ କୃତୀତ୍ତ୍ୱ ବିଷୟକୁ ନିଆଯାଇ ଏହି ସମ୍ମାନତାକୁ ପ୍ରଦାନ କରାଯାଇଛି ।