ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କୁ ଝୁଲୁଛି ଜଗତସିଂହପୁର

ଜଗତସିଂହପୁର,(ଅନସୂୟା ରାଉତ): ବୁଧବାର ଦିନ ଆମ ରାଜ୍ୟର ଜଣେ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି ପ୍ରକାଶ ରାଓ ହୃଦ୍ ଘାତରେ ପ୍ରାଣ ତ୍ଯାଗ କରିଛନ୍ତି। ତାଙ୍କ ମୃତ୍ୟୁରେ ଜଗତସିଂହପୁର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ତାଙ୍କର ଉପସ୍ଥିତି ଓ ସହଯୋଗ ଅତୁଳନୀୟ ଥିଲା। ବିଭିନ୍ନ ସଂଗଠନ ସହିତ ସେ ପ୍ରତ୍ୟକ୍ଷ ଜଡିତ ଥିଲେ ବୋଲି ଦେଖିବାକୁ ମିଳୁଥିଲେ। ଏବେ ସରାଜିଲ୍ଲା ସ୍ବର୍ଗତ ରାଓଙ୍କ ଅନୁପସ୍ଥିତ ଅନୁଭବ କରୁଛି। ତାଙ୍କ ବିୟୋଗରେ ସରା ରାଜ୍ୟରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ତରଡାପଡା ଆଇଟିଆଇ ତଥା ଗୁରକୂଳ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପରିଚାଳକ ଦୁଃଖର ସହିତ ପ୍ରକାଶ କରିଛନ୍ତି। ଗତବର୍ଷ ସ୍ବର୍ଗତ ରାଓ ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗୁରୁକୁଳ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ହୃଦୟକୁ ଜୟକରିଥିଲେ। ସେହିପରି ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସଂଗଠନ ସହିତ ସେ ପ୍ରତ୍ୟକ୍ଷ ସଂପର୍କ ରଖିଥିଲେ। ଆଜି ତାଙ୍କ ବିୟୋଗରେ ମୁକ୍ତେଶ୍ଵର ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ଅପରାହ୍ନ ୪ଟା ବେଳେ ପ୍ରଧାନ ଶିକ୍ଷକ ହରେକୃଷ୍ଣ ଦାସଙ୍କ ସଭାପତିତ୍ବରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ସ୍ବର୍ଗତ ରାଓଙ୍କ ଗୁଣ ଗାନ କରିଥିଲେ। ତାଙ୍କର ଅମର ଆତ୍ମାର ସଦ୍ ଗତି କାମନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ