ଶ୍ରୀରାମ ଜନ୍ମଭୂମି ଭବ୍ୟ ମନ୍ଦିର ନିର୍ମାଣାର୍ଥେ ରଥ ପରିକ୍ରମା

କୋଦଳା,(ଗୁଲସନ କୁମାର କର): ଶହ ଶହ ବର୍ଷ ର ସ୍ବପ୍ନ ସାକାର ହେବାର ଅଲୌକିକ ମୁହୂର୍ତ୍ତ 2020 ମସିହା ଅଗଷ୍ଟ 5 ତାରିଖ ରେ ଉପସ୍ଥିତ ହେଲା | ଭାରତ ର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭୂମି ପୂଜନ କରି ମନ୍ଦିର ନିର୍ମାଣର ଆୟାମରମ୍ବ କଲେ | ଶ୍ରୀରାମ ଜନ୍ମଭୂମିରେ ଭବ୍ୟ ମନ୍ଦିର ନିର୍ମାଣ ସହିତ ଭାରତର ପ୍ରତ୍ୟେକ ବ୍ୟକ୍ତି ର ହୃଦୟ ମନ୍ଦିରରେ ମଧ୍ୟ ଶ୍ରୀରାମ ଏବଂ ତାଙ୍କ ଜୀବନ ମୂଲ୍ୟର ପ୍ରତିଷ୍ଠା ହେଉ ବୋଲି ପୂଜ୍ୟ ସାଧୁସନ୍ଥ ମାନେ ଆହ୍ୱାନ କଲେ |ଏହି ପରିପ୍ରେକ୍ଷୀରେ ମନ୍ଦିର ର ନିର୍ମାଣ ପାଇଁ ଦେଶ ବ୍ୟାପି ସମସ୍ତ ବ୍ୟକ୍ତି ବିଶେଷ ଙ୍କ ଦାନ ଅର୍ଥ ରେ ମନ୍ଦିରର ନିର୍ମାଣ ସକାଶେ ଦାନ ସଂଗ୍ରହ ପାଇଁ ରଥ ପରିକ୍ରମା କରାଯାଇଛି | ଶ୍ରୀ ପ୍ରକାଶ ଚନ୍ଦ୍ର ପାଣ୍ଡୀ ଓ ସଂଯୋଜକ ମହନ୍ତ ଦାମୋଦର ଦାଶ ଙ୍କ ତତ୍ୱାବଧାନରେ ଶୁକ୍ରବାର ଦିନ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଆଠ ଗୋଟି ପଞ୍ଚାୟତରେ ଏହି ରଥ ପରିକ୍ରମା କରାଯାଇଥିଲା | ପ୍ରଚାରକ ଶ୍ରୀ ରବି ଦାଶ, ନିରଞ୍ଜନ ସ୍ୱାଇଁ,ରାଜେନ୍ଦ୍ର ଭୂୟାଁ,ଦାମୋଦର ଜେନା,ଦେଶବନ୍ଧୁ ଜେନା,କୈଳାଶ ଚନ୍ଦ୍ର ମହାରଣା,ନୀଳାଞ୍ଚଳ ମହାରଣା, ଝସକେତନ ସ୍ୱାଇଁ,ବାବୁଲା ମହାନ୍ତି ପ୍ରମୁଖ ଙ୍କ ଉପସ୍ଥିତି ରେ ସଂକୀର୍ତନ ସହ ରଥ ପରିକ୍ରମା କରାଯାଇ ଅଗାମୀ ଦିନରେ ଭବ୍ୟ ମନ୍ଦିର ନିର୍ମାଣ ସକାଶେ ମୁକ୍ତ ହସ୍ତରେ ଦାନ କରିବାକୁ ପ୍ରତ୍ୟେକ ପଞ୍ଚାୟତରେ ପ୍ରଚାର କରାଯାଇଥିଲା |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ