ପଦ୍ମଶ୍ରୀ ବିଜେତାଙ୍କୁ ସହାୟତାର ହାତ ବଢାଇଲେ ରାଜ୍ୟ ସରକାର
ଭୁବନେଶ୍ୱର , (ଯୁଗାବ୍ଦ ନ୍ୟୁଜ) ଓଡିଶାକୁ ନିଜର କଳା , ସ୍ଥାପତ୍ୟ କ୍ଷେତ୍ରରେ ଦେଶ ବିଦେଶରେ ପରିଚୟ କରିଥିବା ପଦ୍ମଶ୍ରୀ ବିଜେତାମାନଙ୍କ ମଧ୍ୟରୁ ଆର୍ଥିକ ଅନଗ୍ରସରତାରେ ରହୁଥିବା ବ୍ୟକ୍ତିମାନଙ୍କୁ ସହାୟତା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର । ବିଜେତାମାନଙ୍କ ପାଇଁ ରାଜ୍ୟ ସରକାର ସହାୟତା ରାଶି ପ୍ରଦାନ କରିଛନ୍ତି । ରାଜ୍ୟ ସଂସ୍କୃତି ବିଭାଗ ଏଭଳି ଏକ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ରଖିଥଲା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବକୁ ଅନୁମୋଦନ କରିବା ସହିତ ପଦ୍ମଶ୍ରୀ ପାଇଥିବା ବ୍ୟକ୍ତିମାନଙ୍କୁ ସହାୟତା ରାଶି ସ୍ୱରୁପ ମାସିକ ୧୦ ହଜାର ଟଙ୍କା ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି ଓଡିଶା ସରକାର ।
