‘ପଦ୍ମାବତ୍‌’ ପରେ ‘ପୃଥ୍ବୀରାଜ’କୁ ନେଇ ବିବାଦ

କର୍ଣ୍ଣୀ ସେନା ପୁଣିଥରେ ଆଉ ଏକ ଫିଲ୍ମର ଶୁଟିଂ ରୋକି ଦେଇଛି। ଏଥର ବିବାଦ ଅକ୍ଷୟ କୁମାରଙ୍କ ଫିଲ୍ମ ‘ପୃଥ୍ବୀରାଜ’କୁ ନେଇ ହୋଇଛି, ଯାହାର ଶୁଟିଂ ଜୟପୁରରେ ଚାଲୁଥିଲା। ଏହି ଫିଲ୍ମର ଶୁଟିଂ ରୋକି ଦିଆଯାଇଛି ବୋଲି ଜଣାପଡ଼ିଛି।
ମିଡିଆ ରିପୋର୍ଟ ମୁତାବକ କର୍ଣ୍ଣୀ ସେନାର ସଦସ୍ୟ ମହିପାଳ ସିଂ ମକାରାନାଙ୍କ ନେତୃତ୍ବରେ ଫିଲ୍ମ ସେଟ୍‌ରେ ପହଞ୍ଚିଥିଲେ। ସେମାନେ ଏହି ଫିଲ୍ମର ଶୁଟିଂ ରୋକି ଦେଇଥିଲେ। ଏଥିସହିତ ଐତିହାସିକ ତଥ୍ୟ ସହିତ କୌଣସି ଏପଟସେପଟ କଲେ କର୍ଣ୍ଣୀ ସେନା ବରଦାସ୍ତ କରିବ ନାହିଁ ବୋଲି ଚେତାବନୀ ଦେଇଥିଲେ। ତେବେ ଫିଲ୍ମର ଶୁଟିଂ ରୋକିବାବେଳେ ଅକ୍ଷୟ ସେଠାରେ ଉପସ୍ଥିତ ନ ଥିଲେ। ସେନାଙ୍କ ସଦସ୍ୟଙ୍କ କହିବାନୁସାରେ ଫିଲ୍ମ ନିର୍ମାତାଙ୍କ ସହିତ ଏ ସମ୍ପର୍କରେ ଆଲୋଚନା ହୋଇଥିଲା ଯେ ସେମାନେ ପୃଥ୍ବୀରାଜ ଚୌହାନଙ୍କୁ ପ୍ରେମିକ ଭୂମିକାରେ ଉପସ୍ଥାପିତ କରିବେ ନାହିଁ। ଫିଲ୍ମ ନିର୍ମାତା ତାଙ୍କୁ ଆଶ୍ବସନା ମଧ୍ୟ ଦେଇଥିଲେ। କିନ୍ତୁ ଏବେ ସେମାନେ ଲିଖିତ ଭାବେ ଏହି ଆଶ୍ବସନା ଚାହୁଛନ୍ତି ବୋଲି ମହିପାଳ କହିଛନ୍ତି। ସୂଚନାଯୋଗ୍ୟ ଯେ ଏହି ଫିଲ୍ମର ଶୁଟିଂ ଗତ ବର୍ଷ ଆରମ୍ଭ ହୋଇଥିଲା। ଏହାର କେତେକ ଫଟୋ ଅକ୍ଷୟ କୁମାର ଓ ସଂଯୁକ୍ତା ଭୂମିକାରେ ଅଭିନୟ କରିଥିବା ମାନୁଷୀ ଛିଲ୍ଲର ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେୟାର କରିଥିଲେ। ଫିଲ୍ମରେ ରାଣୀ ମୁଖାର୍ଜୀ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମର ନିର୍ଦେଶନା ଚନ୍ଦ୍ରପ୍ରକାଶ ଦ୍ବିବେଦୀ ଦେଉଛନ୍ତି। ସୂଚନାଯୋଗ୍ୟ ଯେ କରଣୀ ସେନା ଏହା ପୂର୍ବରୁ ମଧ୍ୟ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ‘ପଦ୍ମାବତ୍‌’ ସିନେମାର ଶୁଟିଂ ରୋକି ଦେଇଥିଲେ। କିନ୍ତୁ ପରେ ଏହି ଫିଲ୍ମ ବକ୍ସ ଅଫିସ୍‌ରେ ରିଲଜ୍‌ ହେବା ସହିତ ଭଲ କଲେକ୍ସନ୍‌ ମଧ୍ୟ କରିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ