ପଧାନପଡାରେ ରାଜ୍ୟ ସ୍ତରୀୟ ଦିବାରାତ୍ର ଥ୍ରୋବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ପଧାନପଡା ପଞ୍ଚାୟତ ହାଇସ୍କୁଲ ପଡିଆ ଠାରେ ପ୍ରଥମ ରାଜ୍ୟ ସ୍ତରୀୟ ଦିବାରାତ୍ର ଥ୍ରୋବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ଆୟୋଜିତ ଉଦ୍ଘାଟନୀ ସଭାରେ ସରପଞ୍ଚ ସେକ୍ ମୁସ୍ତାକ ଅଲ୍ଲୀ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଯୁବ ସମାଜସେବୀ ଇଂ.ଲକି ମାଷ୍ଟର ସ୍ୱାଇଁ, ସମ୍ମାନୀତ ଅତିଥି ଭାବେ ଜିଲା ଶାରୀରିକ ଶିକ୍ଷା ନୀରିକ୍ଷକ ରାଜେନ୍ଦ୍ର କୁମାର ବିଶ୍ୱାଳ, ରାଜ୍ୟ ଥ୍ରୋବଲର ପୂର୍ବତନ ସମ୍ପାଦକ ଜିତେନ୍ଦ୍ର କୁମାର ଦାଶ, ପଞ୍ଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ ୟାକତ୍ ଅଲ୍ଲୀ, ଶିକ୍ଷକ ସୁଧାଂଶୁ ଶେଖର ମହାନ୍ତି, ପ୍ରାକ୍ତନ କ୍ରୀଡା ଶିକ୍ଷକ ନାରାୟଣ ଚନ୍ଦ୍ର ନାୟକ, ସଞ୍ଜୟ କୁମାର ମଜୁମଦାର, ମାର୍କଣ୍ଡ ବେହେରା ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ୫ ଜିଲାର ୧୪ଟି ଦଳ ଅଂଶ ଗ୍ରହଣ କରିଛନ୍ତି । ସେକ୍ ଆଜାରୁଦ୍ଦିନ୍, ଜଗନ୍ନାଥ ଦ୍ୱିବେଦୀ, ଯଶୋବନ୍ତ ପରମଗୁରୁ ଖେଳ ପରିଚାଳନା କରୁଛନ୍ତି ।


