ପଧାନପଡା ସମିତିରେ ଧାନ କିଣା ଆରମ୍ଭ
ବନ୍ତ, (ଚାନ୍ଦିନୀ ମହାନ୍ତି) :ସୋମବାର ବନ୍ତ ବ୍ଲକ ପଧାନପଡା ସେବା ସମବାୟ ସମିତି ପକ୍ଷରୁ ଧାନ କିଣା ଆରମ୍ଭ ହୋଇଛି । ଜାନୁଆରୀ ୫ରେ ଏହି ସମିତିର ଧାନମଣ୍ଡି ଉଦ୍ଘାଟିତ ହୋଇଥିଲା । ମାତ୍ର ଅଦିନିଆ ବର୍ଷା ଯୋଗୁ ଧାନ କିଣାରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ଆଜି ତୋଡଗାଁସ୍ଥିତ ଉମାପତି ରାଇସ ମିଲ ପକ୍ଷରୁ କର୍ମଚାରୀ ମାନେ ଆସି ଧାନ ଗ୍ରେଡିଂ କରିବା ସହିତ ଟୋକନ ପାଇଥିବା ଚାଷୀ ମାନଙ୍କ ଧାନ କିପରି ସୁରୁଖୁରୁରେ କିଣା ଯାଇ ପାରିବ ସେନେଇ ଆଲୋଚନା କରିଥିଲୋ । ଏଥିରେ ସମିତିର ସଂପାଦକ ନାରାୟଣ ଚନ୍ଦ୍ର ସାହୁ, ରାଇସ୍ ମିଲ୍ର ପରିଚାଳକ ଚିନ୍ମୟ ଭୋଗରାୟ, ସହକାରୀ ସଂପାଦକ ସେକ୍ ଗୋଲାମ୍, ପୂର୍ବତନ ସଭାପତି ହୃଷିକେଶ ସାହୁ, ଡିଇଓ ଚନ୍ଦନ ମହାନ୍ତି, କର୍ମଚାରୀ ଦିବାକର ବେହେରାଙ୍କ ସମେତ ଚାଷୀ କମିଟିର ସଦସ୍ୟ ଓ ଚାଷୀ ମାନେ ଉପସ୍ଥିତ ଥିଲେ ।